ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଆର୍ଥିକ ଅନ୍ତର୍ଭୂକ୍ତିକରଣ ସମ୍ପର୍କିତ ଜିଲ୍ଲାସ୍ତରୀୟ ବ୍ୟାଙ୍କର୍ସ କାର୍ମଶାଳା ଅନୁଷ୍ଠିତ
ଢେଙ୍କାନାଳ , ତା . ୦୧.୦୩.୨୦୨୩ ଆଜି ପୂର୍ବାହ୍ନରେ ଓଡିଶା ଜୀବିକା ମିଶନ , ଜିଲ୍ଲା ପରିଷଦ ଦ୍ବାରା କଳାକୃତି ଗ୍ରାମ ସଦେଇବେରେଣୀ ସଭାଗୃହ ଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠିଙ୍କ ଅଧ୍ୟକ୍ଷତାରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଆର୍ଥିକ ଅନ୍ତର୍ଭୂକ୍ତିକରଣ ସମ୍ପର୍କିତ ଜିଲ୍ଲାସ୍ତରୀୟ ବ୍ୟାଙ୍କର୍ସ କାର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ୨ ଲକ୍ଷରୁ ଅଧିକ ସଦସ୍ୟ ଥିବା ଜିଲ୍ଲାର ୧୯ ହଜାର ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀକୁ ଅଧ୍ଵକରୁ ଅଧିକ ଋଣ ପ୍ରଦାନ କରି ସେମାନଙ୍କୁ କ୍ଷୁଦ୍ର ଓ ମାଧ୍ୟମ ଶିଳ୍ପ ପ୍ରତିଷ୍ଠା କରିବାରେ ସହଯୋଗ କରିବାକୁ ଜିଲ୍ଲାପାଳ ବ୍ୟାଙ୍କର୍ସ ମାନଙ୍କୁ ପରାମର୍ଶ ଦେଇଛନ୍ତି । ମହିଳା ସ୍ବୟଂ ସହାୟିକା ଗୋଷ୍ଠୀମାନେ ଜିଲ୍ଲାରେ ଅଧିକରୁ ଅଧ୍ଵକ ଫୁଲଚାଷ ନିମନ୍ତେ ଆଗେଇ ଆସିବାକୁ ସେ ପରାମର୍ଶ ଦେଇଛନ୍ତି । ସମସ୍ତ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଯେପରି ବ୍ୟାଙ୍କ ଲିକେଜ୍ ହେବେ ସେଥ୍ପ୍ରତି ସମସ୍ତ ବିଡିଓ ଏବଂ ବ୍ୟାଙ୍କ କର୍ତ୍ତୃପକ୍ଷ ଗୁରୁତ୍ବ ଦେବାକୁ କହିଛନ୍ତି । ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ସହଯୋଗରେ ପଞ୍ଚାୟତର ଆୟ ବୃଦ୍ଧି ଉପରେ ବିଡିଓ ମାନେ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଛନ୍ତି । ଓଡିଶା ଜୀବିକା ମିଶନର ଡିପିଏମ ଶ୍ରୀମତୀ ସତ୍ୟଭାମା ପ୍ରଧାନ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀର ଗଠନ , ଆର୍ଥିକ ବିକାଶ ନିମନ୍ତେ କାର୍ଯ୍ୟ ପ୍ରଣାଳୀ , ଋଣ ସହାୟତା ଓ ରିହାତି ପ୍ରଦାନ , ପରିଶୋଧ ସମ୍ପର୍କରେ ଆଲୋକପାତ କରିଥିଲେ । ଜିଲ୍ଲାରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ବିଭିନ୍ନ ବ୍ୟାଙ୍କ ଦ୍ବାରା ଋଣ ପ୍ରଦାନ ନିମନ୍ତେ ୨୭୦ କୋଟି ଟଙ୍କା ଧାର୍ଯ୍ୟ ଥିବା ବେଳେ ୨୮୬ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଥିବା ଜଣାଯାଇଛି । ସମସ୍ତ ବିଡିଓ , ବ୍ଲକରେ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀମାନଙ୍କ ଦ୍ବାରା କରାଯାଉଥିବା ସମସ୍ତ ପ୍ରମୁଖ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ । ଆରସେଟି ର ନିର୍ଦ୍ଦେଶିକା ଶ୍ରୀମତୀ ବିଶ୍ଵ ଭାରତୀ ସାହୁ ଗ୍ରାମାଞ୍ଚଳରେ ଯୁବକ ଯୁବତୀମାନଙ୍କୁ ଦିଆଯାଉଥିବା ପ୍ରଶିକ୍ଷଣ ଓ କର୍ମ ସଂସ୍ଥାନ ସମ୍ପର୍କରେ କହିଥିଲେ । ପ୍ରାରମ୍ଭରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ନିର୍ବାହୀ ଅଧିକାରୀ ଶ୍ରୀ ତନ୍ମୟ କୁମାର ଦରୱାନ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀର କାର୍ଯ୍ୟକାରିତା ଓ ଆର୍ଥିକ ବିକାଶ ଦିଗରେ ସେମାନଙ୍କର ଭୂମିକା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି କର୍ମଶାଳାରେ ଏଲଡିଏମ ଶ୍ରୀ ନିର୍ମଲ ଚନ୍ଦ୍ର ପଣ୍ଡା , ନାବାର୍ଡ ର ଏଜିଏମ ଶ୍ରୀ ପ୍ରଶାନ୍ତ କୁମାର ଦାଶ , ସମସ୍ତ ବ୍ୟାଙ୍କ କର୍ତ୍ତୃପକ୍ଷ , ଜିଲ୍ଲା ପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ଦତ୍ତ ( ପ୍ରଶାସନ ) , ମିଶନ ଶକ୍ତିର ଡିପିଏମ ଶ୍ରୀମତୀ ମୋନାଲିସା ଭଞ୍ଜ , ସମ୍ପୃକ୍ତ ବିଭାଗୀୟ ଅଧିକାରୀ , ସମସ୍ତ ବିଡିଓ , ବ୍ୟାଙ୍କ ମିତ୍ର ମାନେ ଯୋଗ ଦେଇଥିଲେ ।