[ ଶ୍ରୀରାମ ଚରିତ୍ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞ ତୃତୀୟ ଦିବସ ରେ ମାନବୀୟ ଢାଞ୍ଚା ରେ ରାମ ସୀତା ବିବାହ ସମ୍ପହ୍ନ ]
ଜଗତସିଂହପୁର
ତା =1/3/23
ଜଗତସିଂହପୁର ବ୍ଲକ ଓଡିଶୋ ପଞ୍ଚାୟତ ବଣିଆସାହି ଢିହ ସ୍ଥିତ ମା କୁତାମ ଚଣ୍ଡୀ ଙ୍କ ପୀଠରେ ପ୍ରତିବର୍ଷ ପରି ଚଳିତ ବର୍ଷ ଶ୍ରୀ ଶ୍ରୀ ବଜରଙ୍ଗ ବଲ୍ଲୀ କୃପା ପରିଷଦ ପକ୍ଷରୁ ଶ୍ରୀ ରାମ ଚରିତ ମାନସ ନବାହ୍ନ ପରାୟଣ ଓ ପ୍ରବଚନ ଜ୍ଞାନ ଯଜ୍ଞ ଅନ୍ନପୂର୍ଣା ଷ୍ଟମୀ ରୁ ଆରମ୍ଭ ହୋଇ ଦୋଳ ପୁର୍ଣିମା ପର୍ଯ୍ୟନ୍ତ ନବ ଦିନ ବ୍ୟାପି ଅନୁଷ୍ଠିତ ହେବ |ଏହି ଉପଲକ୍ଷେ ତୃତୀୟ ଦିବସ ରେ ମର୍ଯ୍ୟାଦା ପୁରୁଷୋତମ ଦଶରଥ ନନ୍ଦନ ଶ୍ରୀରାମ ଏବଂ ଜନକ ନନ୍ଦିନୀ ମାତା ଜାନକୀ ଙ୍କ ର ମାନବୀୟ ଢାଞ୍ଚା ରେ ବିବାହ ଉଛବ ସମାପନ୍ନ ହୋଇଥିଲା | ଜଗତସିଂହପୁର ମାଧରାହାଟ ଗ୍ରାମର ଦୀପ୍ତି ରଞ୍ଜନ ସାହୁ ଶ୍ରୀ ରାମ ଙ୍କ ପିତା ଦଶରଥ ଏବଂ ଗୋବିନ୍ଦ ସାହୁ ଜାନକୀ ଙ୍କ ପିତା ଜନକ ସାଜି ବିବାହ ଉଛବ ମହାଆଡମ୍ବର ସହକାରେ ପାଳନ କରିଥିଲେ |ସୁସଜିତ ବିମାନ ରେ ରାମ, ସୀତା ଙ୍କ ବିଗ୍ରହ ସ୍ଥାପନ କରି ଶତାଧିକ ଭକ୍ତ ବାଜା, ବାଣ, ରୋଷଣୀ ରେ ନଗର ପରିକ୍ରମା କରି ବିବାହ ଉଛବ ଧୁମ ଧାମ ସହକାରେ ପାଳନ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ହଜାର ହଜାର ଭକ୍ତ ଯୋଗଦେଇଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ
