ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରେ ଜଣେ ନାବାଳିକା ସହ ଶାରୀରିକ ସମ୍ପର୍କ ଓ ବିକ୍ରି କରିଦେବା ଦେବା ଅଭିଯୋଗ ରେ ବଅଁରପାଳ ପୋଲିସ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଥାନା ପକ୍ଷରୁ ସୂଚନା ମୁତାବକ ବଅଁରପାଳ ଅଞ୍ଚଳର ଜଣେ ୧୭ ବର୍ଷୀୟ ନାବାଳିକା ଯୁବତୀ ସହ ହୋଇଛି ଧୋକା । ବିଗତ କିଛି ଦିନ ହେବ ନାବାଳିକା କୁ ଏକ ଅଜଣା ନମ୍ବର ରୁ ଫୋନ ଆସି ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଯୁବକ ଜଣଙ୍କ ହେଲେ ନରସିଂହପୁର ଅଞ୍ଚଳର ବନମାଳୀ ପ୍ରଧାନ ଙ୍କ ପୁଅ ସନ୍ତୋଷ ପ୍ରଧାନ। ସନ୍ତୋଷ ପ୍ରଥମେ ବିବାହ ପ୍ରଲୋଭନ ଦେଖା ଶାରୀରିକ ସମ୍ପର୍କ ରଖିଥିଲା ପରବର୍ତ୍ତି ସମୟରେ ଧୋକା ଦେଇ ଆନ୍ଧ୍ରପ୍ରଦେଶର ନେଲ୍ଲୋର ଅଞ୍ଚଳକୁ ନେଇ ଦଲାଲଙ୍କୁ ବିକ୍ରି କରିବାର ଯୋଜନା କରିଥିଲା । ପରିବାର ଲୋକେ ବଅଁରପାଳ ଥାନା ରେ ଲିଖିତ ଅଭିଯୋଗ କରିଥିଲେ। ଥାନା ପକ୍ଷରୁ ଏକ କେଶ୍ ନମ୍ବର ୬୭ /୨୦:୨:୨୦୨୩ ଦଫା ୩୬୩/୩୭୦(୪),୩୭୬(୧) ଆଇପିସି ପୋସ୍କୋ ମାମଲା ରୁଜୁ କରି ସବ୍ ଇନ୍ସପେକ୍ଟର ରବିନାରାୟଣ ସାହୁ ଏକ୍ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲେ। ଅଭିଯୁକ୍ତକୁ ଆନ୍ଧ୍ରପ୍ରଦେଶର ନେଲ୍ଲୋର ଅଞ୍ଚଳରୁ ଗିରଫ କରି କୋର୍ଟ ଚାଲାଣ କରିଛି ବଅଁରପାଳ ପୋଲିସ।
