(ବିଦ୍ୟାଳୟ କାର୍ଯ୍ୟ ଛାଡି ସ୍ତ୍ରୀକୁ ନବା ଆଣିବାରେ ସମୟ ବିତୁଛି – ଅଧିକାରୀ ସବୁ ଯାଣି ନିରବ )
ଜଗତସିଂହପୁର
ତା=2/3/23
ଶିକ୍ଷାଦାନ ପାଇଁ ସରକାର ଶିକ୍ଷକ ନିଯୁକ୍ତି କରି ମୋଟା ଅଙ୍କର ଦରମା ଦେଉଛନ୍ତି । ତାକୁ ତଦାରଖ କରିବାକୁ ଅଧିକାରୀ ମଧ୍ୟ ଅଛନ୍ତି । ମାତ୍ର ଶିକ୍ଷକ ଘରକାମରେ ବ୍ୟସ୍ତ ରହି ଶିକ୍ଷା ଦାନରୁ ଦୁରେଇ ଯାଉଥିବା ସମୟରେ ଅଧିକାରୀ ସବୁ ଯାଣି ଅଜଣା ରହିବା ବୁଦ୍ଧିଯିବି ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ଅଜବ ଘଟଣା ଘଟିଛି ନାଉଗାଁ ବ୍ଲକର ଗଙ୍ଗଦାହାଟ କ୍ଲଷ୍ଟର ଅଧିନ ବାଲି ମଝିପଡା ୟୁପି ସ୍କୁଲର ଜୈନିକ ଶିକ୍ଷକ ବିଦ୍ୟାଳୟକୁ ନଯାଇ ଏରସମା ବ୍ଲକ ଅଧିନସ୍ଥ ଗୋଡା କ୍ଲଷ୍ଟର ଘୋଷାଘର ପ୍ରକଳ୍ପ ବିଦ୍ୟାଳୟ ନିକଟରେ ଅଧିକାଶଂ ଦିନ ଘୂରିବୁଲୁଥିଲେ ବି ଶିକ୍ଷକଙ୍କ ବିଦ୍ୟାଳୟରେ ୧୦ଟା ରୁ ୪ଟା ଉପସ୍ଥିତ ବୋଲି ଉଲ୍ଲେଖ ରହିଥାଏ । ଯାହାକି ଆଶ୍ଚର୍ଯ୍ୟ କରିଛି ।ଏହି ଶିକ୍ଷକ ଜଣଙ୍କ ସ୍ତ୍ରୀ ଘୋଷାଘର ବିଦ୍ୟାଳୟରେ ସହକାରୀ ଶିକ୍ଷୟିତ୍ରୀ ଭାବରେ କାର୍ଯ୍ୟ କରନ୍ତି । ଗତ ୨୩ ତାରିଖ ଗୁରୁବାର ଦିନ ତିନିଟା ସମୟରେ ଘୋଷାଘର ବିଦ୍ୟାଳୟ ନିକଟରେ ଘୁରିବୁଲୁଥିବା ଦେଖିବାକୁ ମିଳିଥିଲା । ଗତ ଶନିବାର ୭ ଟା ୨୦ ମିନିଟରେ ଶିକ୍ଷକ ଜଣକ ନିଜ ସ୍ତ୍ରୀକୁ ଘୋଷାଘର ବିଦ୍ୟାଳୟ ସମ୍ମୁଖରେ ଛାଡୁଥିବା ସମୟରେ କେହି ଜଣେ ଭିଡିଓ ଉତଳନ କରି ଗଣମାଧ୍ୟମରେ ଛାଡିଥିଲେ । ଏଠାରେ ପ୍ରଶ୍ନ ଉଠୁଛି ଘୋଷାଘର ଠାରୁ ଶିକ୍ଷକଙ୍କ ବାଲି ମଝିପଡା ବିଦ୍ୟାଳୟର ଦୂରତା ୨୫ ରୁ ୩୦ କିମି ହେଲେ ସଖାଳ ସ୍କୁଲରେ ସେ ମହାଶୟ କେତେ ବେଳେ ପହଞ୍ଚିଥିବେ ସହଜରେ ଅନୁମାନ କରୁଥିବେ । ପୂର୍ବରୁ ଶିକ୍ଷକ ଜଣକ ନନ୍ଦି ଗ୍ରାମ ବିଦ୍ୟାଳୟରେ ଥିବା ସମୟରେ ବହୁ ଅଭିେଯାଗ ପରେ ବଦଳୀ କରାଯାଇଥିଲା । ହେଲେ ଶିକ୍ଷକ ଜଣକ ନିଜ ପ୍ରକୃତି ବଦଳାଇ ପାରୁନାହାଁନ୍ତି ॥ ଅନ୍ୟ ପକ୍ଷରେ ଶିକ୍ଷକ ଜଣକ ପ୍ରଧାନ ଶିକ୍ଷକ ଦାୟୀତ୍ବରେ ଥାଇ ବିନା ଅନୁମତିରେ ହେଡକ୍ବାଟର ଛାଡି ବାଲିକୁଦା ଓ ଏରସମା ପରି ଦୁଇଟି ବ୍ଲକ ଅଞ୍ଚଳରେ ବୁଲିବା ପ୍ରଶ୍ନବାଚୀ ସୃଷ୍ଠି କରିଛି ॥ ଏ ବିଷୟରେ ନାଉଗାଁ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିବାରୁ ସେ ବିଷୟରେ ଅବଗତ ଅଛୁ ଓ ଉପଯୁକ୍ତ ସମୟରେ ପଦକ୍ଷପ ନିଆଯିବ ବୋଲି କହିଥିଲେ ।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ