ଆନ୍ତର୍ଜାତୀକ ମହିଳା ଦିବସ – ୨୦୨୩ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଆନ୍ତର୍ଜାତୀକ ମହିଳା ଦିବସ – ୨୦୨୩ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଅଦ୍ୟ ତା ୦୨.୦୩.୨୦୨୩ରିଖ ଦିବା ୧୦ଘଣ୍ଟିକାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭା ଗୃହରେ ସମ୍ମାନୀୟ ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀଙ୍କ ( ଆଇ.ଏ.ଏସ୍ . ) ସଭାପତିତ୍ବରେ ଆନ୍ତର୍ଜାତୀକ ମହିଳା ଦିବସ ୨୦୨୩ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ( ରାଳୟ ଓ ସାଧାରଣ ) , ଜିଲ୍ଲା ଶିକ୍ଷା ଅଧିକାରୀ , ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ , ଜିଲ୍ଲା ଶ୍ରମ ଅଧିକାରୀ , ଜିଲ୍ଲା ମଙ୍ଗଳ ଅଧିକାରୀ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ , ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ , ଡିପିସି ( ମମତା ) , ଡିପିସି ( ମିଶନ ଶକ୍ତି ) ଡିପିଏମ୍ ( ଏନ୍.ଏଚ୍.ଏମ୍ . ) , ଡେପୁଟି କଲେକଟର / ଆସିଷ୍ଟାଣ୍ଟ କଲେକଟର ଏବଂ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ସଭାରେ ଉପସ୍ଥିତ ଥିଲେ । ଉକ୍ତ ସଭାରେ ସରକାରଙ୍କ ଦ୍ବାରା ଧାର୍ଯ୍ୟ କରାଯାଇଥିବା ତାରିଖଅନୁସାରେ ପୋଗ୍ରାମକୁ କରିବା ପାଇଁ ଜିଲ୍ଲାପାଳ ସମସ୍ତ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପ୍ରତି ସ୍କୁଲରେ ଖେଳ କାର୍ଯ୍ୟକ୍ରମ ସହିତ ମହିଳାମାନଙ୍କ ହିଂସାମୁକ୍ତ ସମାଜ । ଉପରେ ରଚନା ପ୍ରତିଯୋଗିତା କରି ପିଲାମାନଙ୍କୁ ସଚେତନତା କରିବା ସହିତ କୃତି ଛାତ୍ରଛାତ୍ରୀଙ୍କ ପୁରସ୍କାର ପ୍ରଦାନ କରିବା ପାଇଁ କହିଥିଲେ । ପ୍ରତି ଅଙ୍ଗନୱାଡି କେନ୍ଦ୍ରରେ ଖେଳ ସମ୍ବନ୍ଧୀୟ କାର୍ଯ୍ୟକ୍ରମ କରିବା ପାଇଁ ଜିଲ୍ଲା କ୍ରିଡା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଚଳିତ ମାସ ୬ତାରିଖ ଦିବା ୩.୩୦ଘଟିକା ସମୟରେ ଜିଲ୍ଲା ସ୍ତରରେ ବିଭିନ୍ନ ଶ୍ରେଣୀର କର୍ମଚାରୀମାନଙ୍କୁ ପୁରସ୍କାର ପ୍ରଦାନ କରିବା ପାଇଁ ନିଷ୍ପ ନିଆଯାଇଥିଲା ଓ ଉକ୍ତ ଦିନ ସଂଖ୍ୟା ୫.୩୦ସମୟରେ ମ୍ୟୁଜିକ୍ ଚେୟାର ପ୍ରତିଯୋଗିତା ଜିଲ୍ଲାର ସମସ୍ତ ମହିଳା ସରକାରୀ କର୍ମଚାରୀଙ୍କ ମଧ୍ୟରେ କରିବା ପାଇଁ ନିଷ୍ପତ୍ତି କରାଗଲା । ଏତଦ୍ ବ୍ୟତୀତ ଚଳିତ ମାସ ୮ତାରିଖ ଘ୩.୩୦ମିନିଟ୍ ସମୟରେ ବାକିବୌକଠାରୁ ମିନିଷ୍ଟାଡିୟମ ପର୍ଯ୍ୟନ୍ତ ଆନ୍ତର୍ଜାତୀୟ ମହିଳା ଦିବସ – ୨୦୨୩ ପାଳନ ଅବସରରେ ଜିଲ୍ଲାପାଳଙ୍କ ଦ୍ଵାରା ଗୋଟିଏ ଶୋଭାଯାତ୍ରା ଶୁଭାରମ୍ଭ କରିବା ପାଇଁ ନିଷ୍ପତ୍ତି କରାଯାଇଅଛି ଏବଂ ଉକ୍ତ ଷ୍ଟାଡିୟମରେ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ଜିଲ୍ଲାର ଉଚ୍ଚପଦସ୍ଥ ଅଧିକାରୀଙ୍କ ଦ୍ବାରା ଆନ୍ତର୍ଜାତୀକ ମହିଳା ଦିବସ – ୨୦୨୩ ପାଳନ କରାଯିବାର ନିଷ୍ପତ୍ତି ନିଆଯାଇଅଛି ।

Recent Post

Live Cricket Update