ସାଇ ଶ୍ରୀକ୍ଷେତ୍ର ଶ୍ରୀ ଶ୍ରୀ ସିରିଡି ସାଇବାବାଙ୍କ ଚବାଡି ଯାତ୍ରା
ଢେଙ୍କାନାଳ , ୦୨ / ୦୩ : ପ୍ରତିବର୍ଷ ପରି ଏହି ବର୍ଷ ୧୩ତମ ସାଇ ଶ୍ରୀକ୍ଷେତ୍ର ପ୍ରାଙ୍ଗଣରେ ବହୁ ଆଡମ୍ବର ସହକାରେ ଭକ୍ତମାନଙ୍କ ଚବାଡି ଯାତ୍ରା ଷ୍ଟେସନ ବଜାରରୁ ବାହାରି ଅନେକ ଭକ୍ତଙ୍କ ଗହଣରେ ଢେଙ୍କାନାଳର ପବିତ୍ର ମାଟିରେ ଯାତ୍ରାକରି ସାଇ ଶ୍ରୀ କ୍ଷେତ୍ରରେ ପହଁଚି ଥିଲେ । ଅନେକ ଭକ୍ତଙ୍କର ପଦଯାତ୍ରାଟି ପ୍ରଭୁଙ୍କ ସାଙ୍ଗରେ ଏକ ଭକ୍ତି ପରିବେଶ ସୃଷ୍ଟି କରିଥିଲା । ସାଇ ଶ୍ରୀକ୍ଷେତ୍ରରୁ ବନ୍ଦାପନା କରି ଶ୍ରୀ ଶ୍ରୀ ବାବାଙ୍କୁ ମା’ମାନେ ବନ୍ଦାପନା କରି ମନ୍ଦିର ପରିସରକୁ ନେଇଥିଲେ । ଏ ପବିତ୍ର ପରିବେଶ ସୃଷ୍ଟି କରି ଯାତ୍ରାଟିକୁ ସଫଳ କରାଇଥିଲେ । ୫ ହଜାରରୁ ଉର୍ଦ୍ଧ୍ବ ଭକ୍ତମାନେ ସେଠାରେ ସମୁହ ପ୍ରସାଦସେବନ କରିଥିଲେ । ସଂଧ୍ୟାରେ କେନ୍ଦ୍ରାପଡା ସାଇନାଥ କଳାପରିଷଦର କଣ୍ଠଶିଳ୍ପୀ ଜୟଶ୍ରୀ ପତି ଓ ସୁବ୍ରତ କୁମାର ଗଉତଙ୍କ ସୁଲଳିତ କଣ୍ଠର ଭଜନକୁ ଭକ୍ତମାନେ ଶ୍ରବଣ କରି ଭକ୍ତିଭାବରେ ବାନ୍ଧିହୋଇଯାଇଥିଲେ । ପରିବେଶଟି ଭକ୍ତିର ଆତ୍ମିୟତା ସୃଷ୍ଟି କରିଥିଲା । ବାବାଙ୍କ ପାଲିଙ୍କି ଯାତ୍ରାରେ ପ୍ରସାଦଲଡୁ ରାସ୍ତାରେ ଭକ୍ତମାନଙ୍କୁ ବଂଟନ କରାଯାଇଥିଲା । ଏହାକୁ ସୁନ୍ଦର ଏବଂ ସହଜ କରିବାକୁ ଭକ୍ତପ୍ରେମୀ ଲୋକମାନେ ପାଣି ଓ ପଣା ବଂଟନ କରିଥିଲେ । ଦୂରଦୂରାନ୍ତରୁ ଆସିଥିବା ସେବାଦଳ ଓ ଢେଙ୍କାନାଳ ସାଇ ସେବା ଦଳ ଅନେକ ଉତ୍ସାହ ଉଦ୍ଦିପନାରେ ସହଯୋଗ କରିଥିଲେ ।