ଭୟାଭୟ ଅଗ୍ନିକାଣ୍ଡ ଆସବାବ ପତ୍ର ସଂପୂର୍ଣ୍ଣ ଜଳିପୋଡି ପାଉଁଶ

ଭୟାଭୟ ଅଗ୍ନିକାଣ୍ଡ ଆସବାବ ପତ୍ର ସଂପୂର୍ଣ୍ଣ ଜଳିପୋଡି ପାଉଁଶ

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଭୋଗବେରେଣି ପଞ୍ଚାୟତ ମଦନ ବେହେରାଙ୍କ ଘର ସଟ୍ ସର୍କିଟ ଯୋଗୁଁ ନିଆଁ ଲାଗି ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି । ସୂଚନା ମୁତାବକ ମଦନ ବେହେରା ତାଙ୍କ ବାଡି ପଟରେ ନିଜର କିଛି କାମ କରୁଥିଲେ । ତେବେ ହଠାତ୍ ଲାଇନ୍ ସଟ୍ ସର୍କିଟ ହୋଇ ଘରଟି ନିଆଁ ଲାଗିଯାଇଥିଲା, ତୁରନ୍ତ ସରପଞ୍ଚଙ୍କୁ ଫୋନ୍ କରିଥିଲେ । ସରପଞ୍ଚ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଥିଲେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତୁରନ୍ତ NTPCର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ପରେ ପରେ ବଅଁରପାଳ ଅଗ୍ନିଶମ ବିଭାଗ କୁ ମଧ୍ୟ ଫୋନ୍ କରିଥିଲେ । କିଛି ସମୟ ଭିତରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଘରଟି ସମ୍ପୂର୍ଣ୍ଣ ଭାବେ ନିଆଁ ଲାଗିଯାଇଥିବା ବେଳେ ସମସ୍ତ ପ୍ରକାରର ଆସବାଵ ପତ୍ର ଚାଉଳ ଟଙ୍କା ସୁନା ଓ ଜମି ପଟା ଓ ଅନ୍ୟାନ୍ୟ କାଗଜ ପତ୍ର ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି । ପାଖା ପାଖି ଦୁଇ ଲକ୍ଷ ଟଙ୍କାର ସମ୍ପତ୍ତି ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ସ୍ଥାନିୟ ସରପଞ୍ଚ ଚାପଲିନ୍ ସାହୁ ଅଗ୍ନିଶମ ବିଭାଗକୁ ସହଯୋଗ କରିବା ସହ ମଦନ ବେହେରା ଙ୍କ ପରିବାର କୁ କିଛି ସୁଖିଲା ଖାଦ୍ୟ ଓ କିଛି ବସ୍ତ୍ର ବନ୍ଧବସ୍ତ କରିଥିଲେ । ଓ ପଞ୍ଚାୟତ ତରଫରୁ ଯାହା କଛି ସହଯୋଗ କରିବେ ବୋଲି କହିଛନ୍ତି ।

Recent Post

Live Cricket Update