ଏସ ପି ନିର୍ଧେଶ କୁ ଖାତିର କରୁନାହାନ୍ତି ଥାନା ବାବୁ

( ଏସ ପି ନିର୍ଧେଶ କୁ ଖାତିର କରୁନାହାନ୍ତି ଥାନା ବାବୁ

)

ଜଗତସିଂହପୁର
ତା =3/3/23
ଏସ ପି ଙ୍କ ନିର୍ଦ୍ଧେଶକୁ ଖାତିରି କରୁନାହାନ୍ତି କୁଜଙ୍ଗ ଥାନା ବାବୁ ଦଳିତ ପରିବାର କୁ ଘରେ ପଶି ଆକ୍ରମଣ କରିବା,ଘରେ ନିଆଁ ଲଗେଇ ପୋଡ଼ିଦେବା ଘଟଣା କୁ ପନ୍ଦର ଦିନ ବିତି ଯାଇଥିଲେ ବି ପୋଲିସ ର ହାତ ଖାଲି,, ଆଉ ଖୁଲମଖୁଲା ବୁଲୁଛନ୍ତି ଅଭିଯୁକ୍ତ…
ସୂଚନା ଅନୁସାରେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଧୀନ ବୋରିଖ ଗ୍ରାମର ଛବିନ୍ଦ୍ର ସେଠି ଙ୍କ ଘରେ କିଛି ସବର୍ଣ୍ଣ ବ୍ୟକ୍ତି ପଶି ମାରଧର କରିବା ସହ, ଜାତିଆଣା କୁ ନେଇ ଗାଳି କରିବା ଓ ଟଙ୍କା ସୁନା ଲୁଟି ନେଇଥିବା ର ଅଭିଯୋଗ କୁଜଙ୍ଗ ଥାନାରେ ହୋଇଥିଲା… ଘଟଣା କୁ କୁଜଙ୍ଗ ପୋଲିସ ଅଣଦେଖା କରିବାରୁ ଅଭିଯୋଗ କାରି ଏସପି ଙ୍କୁ ଭେଟିବା ପରେ, କେବଳ କେଶ ଟିଏ ରୁଜୁ କରିଦେଇ ପୋଲିସ ନିରବ ବସିବା ଓ ଅଭିଯୁକ୍ତ ଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନ ନେବା ଫଳରେ, ଅଭିଯୁକ୍ତ ମାନେ ଅଭିଯୋଗ କାରୀଙ୍କୁ ବାରମ୍ବାର ଧମକ ଦେଉଥିବା ର, ଆଜି ଫୁଣି ଅଭିଯୋଗ କାରି ଏସ ପି ଙ୍କୁ ଭେଟି ଗୁହାରି କରିଛନ୍ତି..କାର୍ଯ୍ୟାନୁଷ୍ଠାନ ପାଇଁ ଏସପି ମଧ୍ୟ ପ୍ରତିଶୃତି ଦେଇଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Recent Post

Live Cricket Update