ମହୁଲଖୋଳି ଗ୍ରାମରରେ ଧୂମଧାମରେ ପାଳିତ ହେଉଛି ଅଷ୍ଟପହରୀ ନାମଯଂଜ୍ଞ

ମହୁଲଖୋଳି ଗ୍ରାମରରେ ଧୂମଧାମରେ ପାଳିତ ହେଉଛି ଅଷ୍ଟପହରୀ ନାମଯଂଜ୍ଞ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ମହୁଲଖୋଳି ଗ୍ରାମରେ ଆଜି ବଡ଼ ଧୂମଧାମରେ ଅଷ୍ଟପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ବୁଧୁବାର କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଥିଲା l ସ୍ଥାନୀୟ ପୋଖରୀ ତଟରେ ପୂଜାର୍ଚ୍ଚନା କରାଯିବା ପରେ ଜଳପୃଣ୍ଣ କଳସ ଧରି ଶୋଭାଯାତ୍ରାରେ ଆସି ନାମଯଂଜ୍ଞ ସ୍ଥଳରେ କଳସ ସ୍ଥାପନ କରିଥିଲେ l ଅଧିବାସ ପୂଜା ପରେ ନାମ ଯଂଜ୍ଞ ଆରମ୍ଭ ହୋଇଥିଲା l ଏଥିରେ ଆଖ ପାଖ ଗ୍ରାମରୁ ଶତାଧିକ ଭକ୍ତ ସମାଗମ ହେବାସହିତ 10 ଟି ଗ୍ରାମରୁ ନାମ ସଂକ୍ରିତନ ମଣ୍ଡଳୀ ଆସିବା ସହ ଏହି ମେଳରେ ମହିଳା ଓ କିଛି କୁନି କୁନି ପ୍ରତିଭା ସଂକୀର୍ତ୍ତନ କରିବାର ଦେଖିବାକୁ ମିଳିଥିଲା l ଉକ୍ତ କାଯ୍ୟକ୍ରମରେ ଦ୍ରିଘ ବର୍ଷ ଧରି ଗୌରୀପ୍ରେମୀ ଦିଲ୍ଲୀପ ଦେହୁରୀଙ୍କ ନେତୃତ୍ୱରେ ଅଷ୍ଟପହରୀ ନାମଯଂଜ୍ଞ ଚାଲୁରହିଛି l ଆଜି ଗ୍ରାମରେ ନଗରପରିକ୍ରମା କରିବା ସହ ସନ୍ଧ୍ୟା ସମୟରେ ପ୍ରସାଦସେବନ ଚାଲୁରହିବ l

Recent Post

Live Cricket Update