( ରେଢ଼ୁଆ ସମବାୟ ସମିତି ସଭ୍ୟମାନଙ୍କ ପକ୍ଷରୁ ଜ଼ିଲ୍ଲା ଯୋଗାଣ ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ )
ଜଗତସିଂହପୁର
ତା =3/3/23
ଜଗତସିଂହପୁର ଜ଼ିଲ୍ଲା ରେ ଧାନ ର ଅଭାବୀ ବିକ୍ରି ପରିଲକ୍ଷିତ ହେଉଛି | ପଞ୍ଜିକୃତ ଚାଷୀମାନେ ମଣ୍ଡିରେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହୋଇ ଜଗତସିଂହପୁର ଜ଼ିଲ୍ଲା ଯୋଗାଣ ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରି ଜ଼ିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି | ଚଳିତ ବର୍ଷ ରେଢ଼ୁଆ ସମବାୟ ସମିତି ଚାରିଶହ ଅଠାଅସି ଜଣ ଚାଷୀଙ୍କ ଠାରୁ ଅଠର ହଜାର ପାଞ୍ଚ ସହ କ୍ଯୁଇଣ୍ଟାଲ ଧାନ ସଂଗ୍ରହ କରିବାର ଲକ୍ଷ୍ୟ ଧର୍ଯ୍ୟ କରିଥିବା ବେଳେ ଦୁଇସହ ଜଣ ଚାଷୀ ଙ୍କ ଠାରୁ ମାତ୍ର ବାରହଜାର କ୍ଯୁଇଣ୍ଟାଲ ଧାନ ସଂଗ୍ରହ କରାଯାଇଛି |ଅବଶିଷ୍ଟ ଦୁଇଶହ ରୁ ଉର୍ଦ୍ଧ ପଞ୍ଜିକୃତ ଚାଷୀ ମାନଙ୍କ ର ଧାନ ବିକ୍ରି ହୋଇପାରୁନାହିଁ | ମିଲରମାନେ ଚାଷୀଙ୍କୁ ହଇରାଣ ହରକତ କରୁଛନ୍ତି | ତେଣୁ ଜ଼ିଲ୍ଲା ପ୍ରଶାସନ ଧାନ ର ଅଭାବୀ ବନ୍ଦ କରିବାକୁ ହେଲେ ଅବଶିଷ୍ଟ ଦୁଇ ସହ ଚାଷୀ ଙ୍କ ଧାନ ସଂଗ୍ରହ କରିବାକୁ ସମବାୟବିତ ବିଜନ କୁମାର ମହାପାତ୍ର, ବିପିନି ବିହାରୀ ସ୍ୱାଇଁ ରବୀନ୍ଦ୍ର ମହାପାତ୍ର,ପ୍ରମୁଖ ଦାବି କରିଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ