ଭାରସାମ୍ୟ ହରାଇ ରାସ୍ତା କଡରେ ଫସିଲା କାର
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ନାଲକୋ ଥାନା ଅନ୍ତର୍ଗତ ନାଲକୋ ସିପିପି ରାସ୍ତା କଡ଼ରେ ଥିବା ତାରିଣୀ ମନ୍ଦିର ନିକଟରେ ଭାରସାମ୍ୟ ହରାଇ କାର ଓଡ଼ି ୦୨ ସିସି ୦୧୯୩ ଦୁର୍ଘଟଣାଗ୍ରସ୍ତ ହୋଇଅଛି । ଭାରସାମ୍ୟ ହରାଇ କାରଟି ଆସି ରାସ୍ତା କଡ଼ରେ ଥିବା କାନ୍ଥରେ ଚଢି ଯାଇଥିବା ଦେଖିବାକୁ ମିଳିଅଛି । କାର୍ ଭିତରେ ବସିଥିବା ଯାତ୍ରୀ ମାନଙ୍କର କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ସୂଚନା ଥାଉ କି ନାଲକୋ ନଗର ସ୍ଥିତ ସିପିପି ରୋଡ଼ ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟି ଜନ ଜିବନ ବିପର୍ଯ୍ୟସ୍ତ ହେଉଥିବା ବେଳେ ବିଭାଗୀୟ ନାଲକୋ କତ୍ତୃପକ୍ଷ କୌଣସି ସୁବନ୍ଦବସ୍ତ କରୁ ନଥିବା ପରିଲିଖିତ ହେଉଅଛି । ଅଣ ଓସାରିଆ ରାସ୍ତା ଯୋଗୁଁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ବହୁ ମୂଲ୍ୟ ମଣିଷର କ୍ଷୟକ୍ଷତି ହେଉଅଛି । ଉକ୍ତ ରାସ୍ତାରେ କୌଣସି ସୁରକ୍ଷା କର୍ମୀ ନାଲକୋ ପକ୍ଷରୁ ନିୟୋଜିତ ହୋଇ ନଥିବାରୁ ବେପାରୁଆ, ନିଶାଶକ୍ତ ଯୁବକ କ୍ଷୀପ୍ର ଗତିରେ ଗାଡି ଚାଳନା ଯୋଗୁଁ ମଧ୍ୟ ଅନେକ ସମୟରେ ଦୁର୍ଘଟଣା ଘଟୁଅଛି । ଉକ୍ତ ଅବ୍ୟବସ୍ଥା ପରିପ୍ରେକ୍ଷୀରେ ଉକ୍ତ ଘଟଣାକୁ ଗୁରୁତ୍ବରୁପ ଦେଇ, ଉକ୍ତ ସମସ୍ୟାର ସମାଧାନ ନାଲକୋ ବିଭାଗୀୟ କତ୍ତୃପକ୍ଷ କଲେ, ଅନେକ ଧନ ଜୀବନ ରକ୍ଷା ହୋଇ ପାରିବ ବୋଲି ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।