Search
Close this search box.

ଏସି ଏସ୍ଟି ହଷ୍ଟେଲରୁ ଜିନିଷ ପତ୍ର ଚୋରୀ ମାମଲା ରେ ୪ କୋର୍ଟଚାଲାଣ

ଏସି ଏସ୍ଟି ହଷ୍ଟେଲରୁ ଜିନିଷ ପତ୍ର ଚୋରୀ ମାମଲା ରେ ୪ କୋର୍ଟଚାଲାଣ

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନୂଆହାତ ଗ୍ରାମ ନିକଟସ୍ଥ ନରେନ୍ଦ୍ରପୁର ସ୍ଥିତ ଏସି ଏସ୍ଟି ହଷ୍ଟେଲ ରୁ ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର ଚୋରୀ ମାମଲାରେ ବଅଁରପାଳ ପୋଲିସ ଆଜି ୪ ଜଣ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି ।ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଏସି ଏସ୍ଟି ଛାତ୍ର ଛାତ୍ରୀ ମାନଙ୍କ ପାଇଁ ନିର୍ମାଣ ହୋଇଥିବା ହଷ୍ଟେଲ ନିର୍ମାଣ କାର୍ଯ୍ୟ ଠିକାଦାର ଲକ୍ଷ୍ମୀଧର ଜେନା ବଅଁରପାଳ ଥାନାରେ ଗତ ୧୩ ତାରିଖ ଦିନ ହଷ୍ଟେଲରୁ ଚୋରି ସମ୍ପର୍କିତ ନେଇ ଲିଖିତ ଅଭିଯୋଗ କରିଥିଲେ।
ଚୋରୀ ହୋଇଥିବା ସମସ୍ତ ଜିନିଷ ପତ୍ର ମୁଲ୍ୟ ପ୍ରାୟ ୨୦ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି କହିଛନ୍ତି ଠିକାଦାର। ବଅଁରପାଳ ପୁଲିସ ଏତେଲା ରଖି ସବ୍ ଇନିସପେକ୍ଟର ମନୋଜ କୁମାର ମିଶ୍ର କେଶ୍ ନମ୍ବର ୫୬/୧୩:୦୨:୨୦୨୨ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ଗିରଫ ଅଭିଯୁକ୍ତ ଙ୍କ ମଧ୍ୟରୁ ତିନି ଜଣ ହେଲେ ସମୀର ଭୁତିଆ, ମୁକେଶ୍ ରାଉତ, ବିଦ ସାହୁ ଓ ଧନୁର୍ଜୟ ନାଏକ । ଧନୁର୍ଜୟ ଏହି ତିନି ଅଭିଯୁକ୍ତଙ୍କ ଠାରୁ ୪ଟି ଚୋରି କବାଟ କିଣି ଥିବା ଅଭିଯୋଗ ରେ ଗିରଫ କରି କୋର୍ଟଚାଲାଣ କରାଯାଇଛି ବୋଲି ଥାନା ପକ୍ଷରୁ ସୂଚନା ଦିଆଯାଇଛି।

Recent Post

Live Cricket Update

× How can I help you?