ଅମ୍ବାଭୋନା ବ୍ଳକ ବ୍ରାହ୍ମଣ ସମାଜ ଦ୍ୱାରା ନିଶୁଳ୍କ ସାମୁହିକ ବ୍ରତୋପନୟନ ।
–୦୩/୦୩/୨୦୨୩ -ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଳକ ବ୍ରାହ୍ମଣ ସମାଜ ଆନୁକୂଲ୍ୟରେ ନିଶୁଳ୍କ ସାମୁହିକ ବ୍ରତୋପନୟନ କାର୍ଯ୍ୟକ୍ରମ ବାବା କେଦାରନାଥ ପୀଠ ରେ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମ ଅମ୍ବାଭୋନା ବ୍ଲକ ବ୍ରାହ୍ମଣ ସମାଜ ର ସଭାପତି ଶ୍ରୀମାନ ଯୋଗେନ୍ଦ୍ର ମିଶ୍ର ଙ୍କ ତତ୍ୱାବଧାନ ସହ ବ୍ଲକ ର ସମସ୍ତ ବ୍ରାହ୍ମଣ ପରିବାର ଙ୍କ ସହଯୋଗ ରେ ଅନୁଷ୍ଠିତ ହୋଇଥିଲା ।
ବରଗଡ଼ ,ସମ୍ବଲପୁର, ସୁନ୍ଦରଗଡ଼ ଜିଲ୍ଲା ସହ ଛତିଶଗଡ଼ ସୀମାନ୍ତ ଅଞ୍ଚଳରୁ ୧୫ ଜଣ ବଟୁକ ଙ୍କୁ ନେଇ ଏହି ବ୍ରତୋପନୟନ କାର୍ଯ୍ୟକ୍ରମ ଗୁରୁବାର ଦିନ ଚାରିକର୍ମ ଏବଂ ଶୁକ୍ରବାର ଦିନ ସାବିତ୍ରୀ ପ୍ରଦାନ, ବ୍ରତୋପନୟନ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ରହ୍ମା ପଣ୍ତିତ ହିମାଂଶୁ ଶେଖର ରଥ ସହିତ ଶ୍ରୀ ପ୍ରଫୁଲ୍ଲ ଶତପଥି ,ପଣ୍ଡିତ ସଂଜୀବ ଦାଶ ,ସିତାରାମ ରଥ,ବ୍ରତୋପନୟନ ର ଯଥାବିଧି ପୂଜା ସମ୍ପାଦନା କରିଥିଲେ ।ଜଗନ୍ନାଥ ପଣ୍ଡା, ମିତ୍ରଭାନୁ ଯୋଶୀ ,ଯୋଗେଶ୍ୱର ରଥ,ତୁଷାର ପୂଜାରୀ ,ଗଙ୍ଗାରାମ ଦାଶ ଏବଂ ସଚ୍ଚିଦାନନ୍ଦ ପୁରୋହିତ ଏହି କାର୍ଯ୍ୟକ୍ରମ ସମ୍ପାଦନା ର ଗୁରୁ ଦାଇତ୍ଵ ତୁଲାଇଥିଲେ ।ଶ୍ରୀ କ୍ଷମାନିଧି ପୂଜାରୀ ,ଶାନ୍ତନୁ ମିଶ୍ର ଏବଂ ଅଶୋକ ଦାଶ ମହାପ୍ରସାଦ ବ୍ୟବସ୍ଥା ର ସୁଚାରୁରୂପେ ପରିଚାଳନା କରିଥିଲେ ।
ଅମ୍ବାଭୋନା ବ୍ଳକ ବ୍ରାହ୍ମଣ ସମାଜ ର ମହାସଭାପତି ଶ୍ରୀ ଯୋଗେନ୍ଦ୍ର ମିଶ୍ର ,ସଂପାଦକ ଶ୍ରୀ ଅଶୋକ କୁମାର ମହାପାତ୍ର ଏବଂ କୋଷାଧ୍ୟକ୍ଷ ଶ୍ରୀ ଗଙ୍ଗାରାମ ଦାଶ ବ୍ରାହ୍ମଣ ସମାଜ ର ଉଦ୍ଦେଶ୍ୟ ଆଭିମୁଖ୍ୟ ର ବର୍ଣ୍ଣନା କରିବା ସହ ଏଥିରେ ସମସ୍ତ କାର୍ଯ୍ୟକର୍ତା ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଅମ୍ବାଭୋନା ରୁ ପ୍ରକାଶ ଚନ୍ଦ୍ର ରଥ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍