ଉଦ୍ଯାପିତ ହେଲା ଜୟଚଣ୍ଡୀ ଙ୍କ ପଞ୍ଚଦିବସୀୟ ବିଶ୍ଵ ଶାନ୍ତି ମହାଯଜ୍ଞ:-
ଯାଜପୁର-ଦଶରଥପୁର ବ୍ଳକ୍ ଅନ୍ତର୍ଗତ କୟାଁ ପଞ୍ଚାୟତର ମିଲ୍ଲୀପୁର ଠାରେ ମା ଜୟଚଣ୍ଡୀଙ୍କ ୪୫ତମ ବିଶ୍ଵ ଶାନ୍ତି ମହାଯଜ୍ଞ ଆନନ୍ଦ ଉଲ୍ଲାସର ସହ ଉଦ୍ ଯାପିତ ହୋଇଯାଇଛି. ଯାହା ଫେବୃୟାରୀ ୨୭ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୩ତାରିଖ ପର୍ଯ୍ୟନ୍ତ ଚାଲିଥିଲା. ପ୍ରତ୍ୟେକ ଦିନ ମାଆଙ୍କ ନିତୀ ନିର୍ଘଣ୍ଟ ଠିକ୍ ସମୟରେ କରାଯାଇଥିବା ବେଳେ ସଂଧ୍ୟା ରେ ପ୍ରତିବର୍ଷ ପରି ଚଳିତ ବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମ ବାଦୀ ପାଲା ଅନୁଷ୍ଠିତ ହୋଇଥିଲା. ଯଜ୍ଞ ପଡ଼ିଆରେ ବିଭିନ୍ନ ପ୍ରକାର ମନୋହରୀ ଦୋକାନ ସହ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀର ଅସ୍ଥାୟୀ ନୋକାନ ମାନ ପଡ଼ିଥିବାର ଦେଖିବାକୁ ମିଳିଥିଲା. ପ୍ରତ୍ୟେକ ସଂଧ୍ୟା ରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତମାନଙ୍କ ଭିଡ ଲାଗିଥିଲା ମାଆଙ୍କ ଆଳତୀ ଦର୍ଶନ କରିବା ପାଇଁ. ଯଜ୍ଞ ପାଇଁ ଆଖପାଖ ଗାଁଗୁଡିକ ଉତ୍ସବମୁଖର ହୋଇଉଠିଥିବା ଦେଖିବାକୁ ମିଳିଥିଲା. ଯଜ୍ଞ ର ଚତୁର୍ଥ ସଂଧ୍ୟାରେ ରାଜସ୍ଵ ବିପର୍ଯାୟ ପ୍ରଶମନ ମନ୍ତ୍ରୀ ଶ୍ରୀମତି ପ୍ରମିଳା ମଲ୍ଲିକ ଯୋଗ ଦେଇ ମନ୍ଦିରର ଉନ୍ନତୀକରଣ ପାଇଁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶୃତି ଦେଇଥିଲେ. ମା ଜୟଚଣ୍ଡୀ ଯଜ୍ଞ ଉତ୍ସବ ସମିତିର କର୍ମକର୍ତ୍ତାମାନଙ୍କ ମଧ୍ୟରେ ସୁଦର୍ଶନ ନାୟକ, ମଧୁସୂଦନ ପୃଷ୍ଟି,ସୁରେଶ ଚନ୍ଦ୍ର ରାୟ, ଚୌବନ ବାରିକ, ଦିଗାମ୍ବର ଦାସ, ଶ୍ରୀନାଥ ଯେନା, ପ୍ରିୟବ୍ରତ ବିଶ୍ଵାଳ, ମଳୟ କୁମାର ପଣ୍ଡା, ସତ୍ୟରଞ୍ଜନ ନାୟକ, ଧିରେନ୍ଦ୍ର କୁମାର ନାୟକ, ଅନିରୁଦ୍ଧ ରାୟ, ନିରାକାର ମଲିକ, ପ୍ରମେସ ସୂତାର,ଅଲେଖ ଚନ୍ଦ୍ର ବାରିକ, ସରୋଜ କୁମାର ବିଶ୍ଵାଳ, ଚୌଧୁରୀ ଯେନା, ପଞ୍ଚାନନ ମଲିକ ସହ ଅନ୍ୟମାନେ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା ।
ଯାଜପୁରରୁ ସରୋଜ ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ