ଟାଟା ଷ୍ଟିଲ୍ ମେରାମଣ୍ଡଳି ପକ୍ଷରୁ ୧୮୪ ତମ ଜୟନ୍ତୀ ବାର୍ଷିକୀ ରେ ଜେଏନ ଟାଟା ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ
ଢେଙ୍କାନାଳ : ଟାଟା ଷ୍ଟିଲ ମେରାମଣ୍ଡଳି ପକ୍ଷରୁ ଓଡିଶାର ଢେଙ୍କାନାଳ କାରଖାନା ରେ ଜାମ୍ସେଟଜି ନସରୱାନଲି ଟାଟା ଙ୍କ ୧୮୪ ତମ ଜୟନ୍ତୀ କୁ ପ୍ରତିଷ୍ଠା ଦିବସ ଭାବେ ପାଳନ କରାଯାଇଛି।
୨୦୨୩ ମାର୍ଚ୍ଚ ୩ ରେ କାରଖାନା ର ପ୍ରାଶାସନିକ କାର୍ଯ୍ୟାଳୟରେ ଜେ ଏନ୍ ଟାଟା କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଜୟନ୍ତୀ ପାଳନ ର ଶୁଭାରମ୍ଭ କରାଯାଇଥିଲା, ଯେଉଁ ଠାରେ ଟି ଏସ୍ ଏମ୍ ର ବରିଷ୍ଟ ନେତୃତ୍ଵ ଟିମ୍ ସମେତ କର୍ମଚାରୀ ମାନେ ତାଙ୍କୁ ପୁଷ୍ପ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ କର୍ମଚାରୀ, ପରିବାର ସଦସ୍ୟ ଓ ପିଲା ମାନଙ୍କୁ ନେଇ ଆକର୍ଷଣୀୟ କ୍ରୀଡା ଓ କୁଇଜ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଉତ୍ସବ ଭାବକୁ ପଢେଇବା ଲାଗୀ କାରଖାନା ଏବଂ ହାଉସିଂ କଲୋନୀକୁ ଆଲୋକରେ ସଜ ସଜା କରାଯାଇଥିଲା। ପ୍ରତିଷ୍ଠାତା ଙ୍କ ଦିବସ ପାଳନ ହେଉଛି, ଜେ ଏନ୍ ଟାଟା ଙ୍କ ପ୍ରେରଣା ଦାୟି ପରମ୍ପରା ଓ ଭାରତୀୟ ଶିଳ୍ପ କୁ ତାଙ୍କ ଅବଦାନ ପ୍ରତି ଶ୍ରଦ୍ଧାଞ୍ଜଳି। ଟାଟା ଗ୍ରୁପ ର ଜାମ୍ସେଟଜି ନସରୱାନଲି ଟାଟା (୧୮୩୯ ମାର୍ଚ୍ଚ ୩-୧୯୦୪ ମେ ୧୯) କୁ ଭାରତୀୟ ଶିଳ୍ପର ଜନକ ଭାବେ ବିଚାର କରାଯାଉଛି। ତାଙ୍କ ଦୂର ଦୃଷ୍ଟି ଭାରତରେ ଇସ୍ପାତ ଓ ଶକ୍ତି ଶିଳ୍ପ କୁ ଅନୁପ୍ରାଣିତ କରିଥିଲା। ବୈଶେଷିକ ଶିକ୍ଷା ର ମୁଳଦୂଆ ପକେଇ ଥିଲା ଏବ୍ଂ ଶିଳ୍ପୋନତ ରାଷ୍ଟ୍ର ର ତାଲିକା ମଧ୍ୟକୁ ଦେଶ ଲମ୍ଫ ପ୍ରଦାନ କରିବାରେ ସହାୟକ ହୋଇଥିଲା।
