ଅଧିକ ମୂଲ୍ୟ ରେ ବିଦେଶୀ ମଦ ବିକ୍ରି ନେଇ ଜୋରିମାନା ଆଦାୟ କଲେ ତହସିଲଦାର
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଆଜି ପୂର୍ବାହ୍ନରେ ନାଲକୋ ଥାନା ନିକଟବର୍ତ୍ତୀ ଗିରାଙ୍ଗ ବଜାରରେ ଥିବା ବିହାରୀ ବିଦେଶୀ ମଦ କାଉଣ୍ଟର ( ରାମ ଜି )ରୁ ୫ ହଜାର ଟଙ୍କା ବଅଁରପାଳ ତହସିଲଦାର ସଚିତାନନ୍ଦ ନାୟକଙ୍କ ଉପସ୍ଥିତିରେ ଆଦାୟ ହୋଇଛି । ଏହି ଚଢ଼ଉ ବେଳେ ନାଲକୋ ଥାନା ଅଧିକାରୀ ଦିଲ୍ଲୀପ କୁମାର ଲାକ୍ରା ଏବଂ ରାଜସ୍ୱ ଅଧିକାରୀ ଉପସ୍ଥିତ ଥିଲେ । ସୂଚନା ଥାଉ କି ଏହି ବିହାରୀ ବିଦେଶୀ ମଦ ଦୋକାନ ଦୀର୍ଘ ଦିନ ହେଲା ପ୍ରତେକ ବିଦେଶୀ ମଦ ର ଉଚିତ ମୂଲ୍ୟରୁ ଅଧିକ ଟଙ୍କା ଆଦାୟ କରୁଥିଲା । କେହି ଅଭିଯୋଗ କଲେ କିମ୍ବା ରସିଦ ମାଗିଲେ ମଦ କାଉଣ୍ଟର କର୍ମଚାରୀ ଗାଳି ଗୁଳଜ କରୁଥିଲେ । ଏହି ଅଭିଯୋଗ ତହସିଲଦାରଙ୍କ ନିକଟରେ ପହଞ୍ଚିବା ପରେ ଆଜି ଚଢ଼ଉ କରି ସତର୍କ କରାଇବା ସହ ୫ ହଜାର ଟଙ୍କା ତଣ୍ଡ ଆଦାୟ କରିଥିଲେ ।