ସଡକ ଦୁର୍ଘଟଣାରେ ବାଇକ ଚାଳକ ମୃତ

ସଡକ ଦୁର୍ଘଟଣାରେ ବାଇକ ଚାଳକ ମୃତ


ଗୋଳାମୁଣ୍ଡା

କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ କେଗାଁ ଥାନା ଅନ୍ତର୍ଗତ ଚାହକା ଛକ ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ସିଙ୍ଗଭାଡ଼ି ଗ୍ରାମର ବୈଜଳ ଶବର(୩୦) ପି ଅମର ଶବର ବୋଲି ଜଣାପଡିଛି । ସ୍ଥାନୀୟ ଲୋକଙ୍କ କହିବାନୁଯାଇ ଗରଗାଵ ରୁ ନିଜ ଘରକୁ ଗତକାଲି ରାତ୍ରିରେ ଆସୁଥିବା ବେଳେ ଏପରି ଘଟଣା ଘଟିଛି ବୋଲି କୁହାଯାଉଛି । ସ୍ଥାନୀୟ ଲୋକେ କେଗାଁ ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ କେଗାଁ ପୋଲିସ ଏସ ଆଇ ମେଘରାୟେ ହାସଦା ପହଞ୍ଚି ଶବଟିକୁ ଜବତ କରି ତଦନ୍ତ ପକ୍ରିୟା ଜାରି ରଖିଛି । କେଗାଁ ପୋଲିସ ପଞ୍ଚନାମା କରି ୨୭୯/୩୦୪ (କ)ରେ କେଶରୁଜୁ କରି ଶବଟିକୁ ଶବବ୍ୟବଛେଦ ପାଇଁ ଧର୍ମଗଡ଼ ଉପ ଖଣ୍ଡ ଚିକିତ୍ସାଲୟକୁ ପଠାଇଥିବା ପୋଲିସ ସୂତ୍ରରୁ ପ୍ରକାଶ ପାଇଛି ।

ଧର୍ମଗଡ଼ ଉପଖଣ୍ଡ ରୁ kapurchansethia ଙ୍କ ରିପୋଟ ଜାଗ୍ରତ ଭାରତ news

Recent Post

Live Cricket Update