ଚୌଦ୍ଵାର ରେ ଆରମ୍ଭ ହେଲା ରାଜ ଦୋଳ ଉତ୍ସବ
ଚୌଦ୍ୱାର ର ଆଗ୍ରାହାଟ ଠାରେ ଆଜି ଠାରୁ ରାଜ ଦୋଳ ଉତ୍ସବ ଆରମ୍ଭ ହୋଇଯାଇଛି l ଏହି ଦୋଳ ଯାତ୍ରା ରେ ଚଉରାଳୀଶ ମଣ୍ଡଳ ର ଚଳନ୍ତି ବିଭାନ ମାନ ପ୍ରୋସେସନ ରେ ଆସି ଆଗ୍ରାହାଟ ଉତ୍ତରଶ୍ୱର ମନ୍ଦିର ପ୍ରାଙ୍ଗଣରେ ଥିବା ଚା ଚେରୀ ରେ ବିରାଜମାନ ହୋଇଥିଲେ l
ଏହି ମନ୍ଦିର ପ୍ରାଙ୍ଗଣରେ ୪୪ ମଣ୍ଡଳ ରାଜଦୋଳ ସମିତି ର ସଭାପତି ଦୀପକ ମଙ୍ଗରାଜ ଙ୍କ ନେତୃତ୍ୱ ରେ ଏକ ବୈଠକ ହେବା ସହିତ ସଂଗଠନର ବିଭିନ୍ନ ବିବରଣୀ ପାଠ କରାଯାଇଥିଲା, ଏହି ସମିତି ଦ୍ୱାରା ଏକାଦଶରୁ ପୁର୍ଣିମା ପର୍ଯ୍ୟନ୍ତ ୫ଟି ଦୋଳ ଉତ୍ସବ ପାଳନ କରାଯିବ, ଏହାପରେ ଜଗତପୁର ଗୋଡ଼ିପାଟଣା, ଚୌଦ୍ୱାର ଓ ପରେ ଶେଷ ଉତ୍ସବ ଫକୀରପୁର ଠାରେ ହେବ । ଏହି ଦୋଳ ଯାତ୍ରାରେ ନବ ସାହୁ, ରବିସାହୁ, ମୁକୁନ୍ଦଦେବ ବରାଳ, ନିରଞ୍ଜନ ପରିଡା, ଶିବସାଙ୍କର ସାହୁ, ରବୀନ୍ଦ୍ର ସୁବୁଦ୍ଧିରାୟ ସମେତ ବହୁ ମାର୍ଫଡ଼ଦାର ଉପସ୍ଥିତ ଥିଲେ ।
ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନୀୟୁଜ।