ବିଜୁ ପଟ୍ଟନାୟକ ଙ୍କ ଜନ୍ମ ଜୟନ୍ତୀ ପାଳିତ

*( ବିଜୁ ପଟ୍ଟନାୟକ ଙ୍କ ଜନ୍ମ ଜୟନ୍ତୀ ପାଳିତ*)
ଜଗତସିଂହପୁର
ତା =5/3/23

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ 107 ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି | ଜଗତସିଂହପୁର ଥାନା ଛକ ସ୍ଥିତ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ପୂର୍ବତନ ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସ ମାଲ୍ୟାର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ସେହିପରି ସ୍ୱାମୀ ବିବେକାନନ୍ଦ ମହାବିଦ୍ୟାଳୟ ପରିସରରେ ଥିବା ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ରେ ଶ୍ରୀ ଦାସ ମାଲ୍ୟାର୍ପଣ କରି ବିଜୁ ବାବୁ ଙ୍କ ଜୀବନୀ ସମ୍ପର୍କ ରେ ଆଲୋକପାତ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ପୂର୍ବତନ ଅଧ୍ୟକ୍ଷ ଦେବୀଦତ୍ତ ମହାନ୍ତି, ଜଗତସିଂହପୁର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ପ୍ରସନ୍ନ ସ୍ୱାଇଁ, ଜଗତସିଂହପୁର ପଂଚାୟତ ସମିତି ର ପୂର୍ବତନ ଉପାଧ୍ୟକ୍ଷ ଲକ୍ଷ୍ମୀକାନ୍ତ ସ୍ୱାଇଁ, ଅବସରପ୍ରାପ୍ତ ଶିଳ୍ପ ବିଭାଗର ଯୁଗ୍ମ ନିର୍ଦେଶକ ରବୀନ୍ଦ୍ର ସେଠି, ଶିକ୍ଷାବିତ ବିଦୁଭୂଷଣ ତ୍ରିପାଠୀ ଯୋଗଦେଇ ବିଜୁ ବାବୁ ଙ୍କ ସମ୍ପର୍କ ରେ ବକ୍ତବ୍ୟ ରଖିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଅଳସୁଧା ସରପଞ୍ଚ ଭ୍ରମର ବର ସ୍ୱାଇଁ, ପୂର୍ବତନ ସରପଞ୍ଚ ଦେବେନ୍ଦ୍ର ବେହେରା,ପୂର୍ବତନ ସରପଞ୍ଚ ନରେନ୍ଦ୍ର ବେହେରା, ପୂର୍ବତନ ଜଗତସିଂହପୁର ବ୍ଲକ ଆତ୍ମା ଅଧ୍ୟକ୍ଷ ବରୋଦା ପ୍ରସନ୍ନ ରାୟ,ଯୁବ ନେତା ଦେବୀ ପ୍ରସାଦ ସାହାଣୀ,ପୂର୍ବତନ ପାରିଷଦ ସୁଶାନ୍ତ ସ୍ୱାଇଁ, ପ୍ରମୁଖ ଯୋଗ ଦେଇ ଥିଲେ ଳ
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Recent Post

Live Cricket Update