ଜିଲ୍ଲା ପାଚିକା ସହାୟିକା ସଂଘର ବୈଠକ

ଜିଲ୍ଲା ପାଚିକା ସହାୟିକା ସଂଘର ବୈଠକ

ଢେଙ୍କାନାଳ- ୦୫.୦୩.୨୦୨୩ – ଅଦ୍ୟ ଦିବା ୧୨ ଘଟିକା ସମୟରେ ସ୍ଥାନୀୟ ଜାଉଁଳି ପୋଖରୀ ମଠ ପ୍ରାଙ୍ଗଣରେ ପାଚିକା ସହାୟିକା ସଂଘର ବୈଠକ ରବି ରଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ସଂପାଦିକା ଭାରତୀ ଦାସ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ । ବିଗତ ଦିନରେ ହୋଇଯାଇଥିବା ଆନ୍ଦୋଳନର ସମୀକ୍ଷା କରାଯାଇଥିଲା । ରାଜ୍ୟ ସରକାରଙ୍କୁ ଜିଲ୍ଲା ପ୍ରଶାସନ ମାଧ୍ୟମରେ ପାଚିକାମାନଙ୍କର ମଜୁରୀ ୨୮ ମାସର ଏରିୟର ଟଙ୍କା ପ୍ରଦାନ , ୧୦ମାସ ବଦଳରେ ୧୨ମାସର ପାରିଶ୍ରମିକ , ୬୦ ବର୍ଷ ପରିବର୍ତେ ୬୨ବର୍ଷ ଘୋଷଣା କରିବା , ଛଟେଇ ହୋଇଥିବା ପାଚିକାମାନଙ୍କୁ ନିଯୁକ୍ତି ପ୍ରଭୃତି ବିଭିନ୍ ଦାବୀ ଜଣାଇ ଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କର ପାଚିକା ସହାୟିକାମାନଙ୍କ ଦାବୀକୁ ଅଣଦେଖାକରି ଆସୁଥିବାରୁ ବୈଠକରେ କ୍ଷୋଭ ପ୍ରକାଶ କରାଯାଇଥିଲା । ରାଜ୍ୟର ଗଠନ କରାଯାଇଥିବା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘ ମିଳିତ ମଂଚ ଘୋଷଣା କରିଥିବା ମାର୍ଚ୍ଚ ୧୩ ତାରିଖରେ କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ସମର୍ଥନ ଜଣାଉଛୁ । ଉକ୍ତଦିନ ଜିଲ୍ଲାରେ ମଧ୍ୟାହ୍ନ ଭୋଜନ ବନ୍ଦ କରିବା ସ୍ଥିର କରିଛନ୍ତି । ମାସକୁ ୧୪୦୦ ଟଙ୍କାରେ ଜଣେ ପାଚିକା କିପରି ଚଳିବ ତାହା ମନ୍ତ୍ରୀ ଓ ବିଧାୟକଙ୍କୁ ପ୍ରଶ୍ନ କରୁଛି । ଏହି କାର୍ଯ୍ୟବନ୍ଦ ଆନ୍ଦୋଳନରେ ପିଲାମାନଙ୍କର ମଧ୍ୟାହ୍ନ ଭୋଜନରେ ବ୍ୟାଘାତ ସୃଷ୍ଟି ହେଲେ ସରକାର ଦାୟି ରହିବେ । ଏସ୍.ଏସ୍.ଜି ମାନଙ୍କୁ ସ୍କୁଲ୍‌କୁ ମଧ୍ୟାହ୍ନ ଭୋଜନରେ ବ୍ୟବହୃତ ଜିନିଷପତ୍ର ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଆଦେଶ ଦେଇଛନ୍ତି । ସଂଘ ଏହାକୁ ବିରୋଧ କରୁନାହିଁ , ପାଚିକାମାନଙ୍କର କାର୍ଯ୍ୟବନ୍ଦ ଆନ୍ଦୋଳନରେ ଏସ୍.ଏସ୍ . ଜି.ମାନଙ୍କୁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ନକରିବାକୁ ଅନୁରୋଧ କରୁଛି । ଯଦି ଏସ୍.ଏସ୍.ଜି ମାନେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରନ୍ତି ତେବେ ଯେଉଁ ପରିସ୍ଥିତି ସୃଷ୍ଟି ହେବ ସେଥପାଇଁ ସଂଘର କର୍ମକର୍ତା ଦାୟୀ ରହିବେ ନାହିଁ । ଉକ୍ତ ବୈଠକରେ ଶାନ୍ତିପ୍ରିୟା ସାହୁ , ରଞ୍ଜନ ସାହୁ , ଅଞ୍ଜଲି ବାରିକ , ରୀନା ରାଉତ , ଇଲା ସାମଲ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Recent Post

Live Cricket Update