ଢେଙ୍କାନାଳ ବିସ୍ମୟ ବାଳିକା
ଢେଙ୍କାନାଳ- ୦୫.୦୩.୨୦୨୩ – ଢେଙ୍କାନାଳ ସହରସ୍ଥିତ ଷ୍ଟେସନ୍ ବଜାର ରାମ୍ କଲୋନୀ ବାସୀନ୍ଦା ନକୂଳ ଚନ୍ଦ୍ର ନାଥ ଓ ସାଗରିକା ମିଶ୍ରଙ୍କ କନ୍ୟା ସାଇ ସମ୍ମିଦ୍ଧି ନାଥ ୫ବର୍ଷ ବୟସରେ ଭାରତର ୨୮ଟି ରାଜ୍ୟ , ରାଜଧାନ ଓ ତା’ର ଭାଷା , ୮ଟି କେନ୍ଦ୍ର ଶାସିତ ଅଂଚଳ ଓ ତା’ର ରାଜଧାନୀ ଓ ଭାଷା ୧ ମିନିଟ୍ ୫୦ ସେକେଣ୍ଡ୍ରେ କହି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି । ଆହୁରି ମଧ୍ୟ ୪ବର୍ଷ ବୟସରୁ ଶିବ ତାଣ୍ଡବ ସ୍ତୋତ୍ରମ୍ ଓ ହନୁମାନ ଚାଳିଶା , ୪୦୦ରୁ ଉଦ୍ଧୃ ସାଧାରଣ ଜ୍ଞାନ ଶିଖୁଛନ୍ତି । ସେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ କରି ପ୍ରମାଣପତ୍ର ଓ ମେଡାଲ୍ ମଧ୍ୟ ପାଇଛନ୍ତି । ଏହି ସଫଳତା ପାଇଁ ପିତାମାତା ଓ ଅଂଚଳବାସୀ ଖୁସି ପ୍ରକଟ କରିବା ସହିତ ଗର୍ବ ଅନୁଭବ କରୁଛନ୍ତି ।