*( ତ୍ରିତୋଲ ବିଜୁ ଜନତା ଦଳ ପକ୍ଷରୁ ବିଜୁ ପଟ୍ଟନାୟକ ଙ୍କ 107 ତମ ଜନ୍ମ ଜୟନ୍ତୀ ପାଳିତ*)
ଜଗତସିଂହପୁର
ତା =5/3/23
ଓଡ଼ିଶାର ବରପୁତ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ 107 ତମ ଜନ୍ମ ଜୟନ୍ତୀ ତ୍ରିତୋଲ ନିର୍ବାଚନ ମଣ୍ଡଳୀର ବିରିଡି ସ୍ଥିତ ଅଢଙ୍ଗଗଡ଼ ଠାରେ ମହାସମାରୋହ ରେ ପାଳିତ ହୋଇଯାଇଛି | ବିରିଡି ବ୍ଲକ ସଭାପତି ରବୀନ୍ଦ୍ର ନାଥ ରାଉଳ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ତ୍ରିତୋଲ ବିଧାୟକ ବିଜୟ ଶଙ୍କର ଦାସ ଯୋଗଦେଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ଫଟୋ ଚିତ୍ର ରେ ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ୱଳନ କରି ଜୟନ୍ତୀ ସମାରୋହ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ |ଅନ୍ୟ ମାନଙ୍କ ମଧ୍ୟ୍ୟ ରେ ତ୍ରିତୋଲ ଆତ୍ମା ଅଧକ୍ଷ୍ୟ ଦେବେନ୍ଦ୍ର ନାଥ ମଲ୍ଲିକ | ବିରିଡି, ରଘୁନାଥପୁର, ତ୍ରିତୋଲ ବ୍ଲକ ଅଧକ୍ଷ୍ୟ, ଅଧକ୍ଷା , ଉପାଧକ୍ଷା, ଉପାଧକ୍ଷ ପ୍ରମୁଖ ଯୋଗଦେଇ ପ୍ରବାଦ ପୁରୁଷ ଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳ ର ସମସ୍ତ ଶୃଙ୍ଖଳିତ କର୍ମୀ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ |ଏହି ସମାବେଶ ରେ ହଜାର ହଜାର ମହିଳା, ଛାତ୍ର, କୃଷକ ଯୋଗଦେଇଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ