ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜନ୍ମ ଜୟନ୍ତି ପାଳନ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜନ୍ମ ଜୟନ୍ତି ପାଳନ ।

ଆଜି ସକାଳ ୮ଟା ସମୟରେ ବିରୂପା ବ୍ୟାରେଜ୍ ସ୍ଥିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ବିଧାୟକ ସୌଭିକ୍ ବିଶ୍ଵାଳ ମାଲ୍ୟାର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସାଇକେଲ ପଦ ଯାତ୍ରା କରିଥିଲେ l ସେହିପରି ହାଉସିଂ ବୋର୍ଡ କଲୋନୀ ବିଜୁ ପଟ୍ଟାୟକଙ୍କ ପାର୍କ ପରିସରରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ରେ ଶ୍ରୀ ବିଶ୍ଵାଳ ମାଲ୍ୟାର୍ପଣ କରି ବିଜୁ ବାବୁ ଙ୍କ ଜୀବନୀ ସମ୍ପର୍କ ରେ ଆଲୋକପାତ କରିଥିଲେ l ସନ୍ଧ୍ୟା ୬ଟା ସମୟରେ ବିଜୁ ଜନତା ଦଳ ତରଫରୁ ବରିଷ୍ଟ ବିଜେଡି ନେତା ତଥା ପୁର୍ବତନ ବିଜେଡି ନଗର ସଭାପତି ବିଷ୍ଣୁ ଚରଣ ପରିଡା ଙ୍କ ନେତୃତ୍ୱରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଏକ ସଭା ଗାନ୍ଧି ଛକ ସ୍ଥିତ ଟାଉନ୍ ହଲ୍ ଠାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ଵାଳ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୌର ଅଧ୍ୟକ୍ଷା ମାନସୀ ସ୍ଵର୍ଣ୍ଣ ପ୍ରଭା ସାମଲ, ପୌର ଉପଅଧ୍ୟକ୍ଷ ଶୁଭେନ୍ଦୁ ସାମଲ, ପୂର୍ବତନ ନଗରପାଳ ପ୍ରେମ ଚାନ୍ଦ ନାୟକ ଏବଂ ଶହ ଶହ ବିଜେଡି କର୍ମୀ, କାର୍ଯ୍ୟକର୍ତା ଜିଲ୍ଲା ପରିଷଦର ସଭ୍ୟ , ସଭ୍ୟା ମାନେ ଯୋଗ ଦେଇଥିଲେ । ଓଡିଶାର ସାମଗ୍ରିକ ବିକାଶରେ ବିଜୁ ପଟ୍ଟନାୟକଙ୍କ ଅତୁଳନୀୟ ଅବଦାନ , ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରଚଳନ ଓ ତାର ସୁଫଳ , ତାଙ୍କର ଅଦମ୍ୟ ସାହସିକତା ଓ ବୀରତ୍ବ , ଜାତୀୟତା ପ୍ରେମ , ଗାଁ ବିକାଶ , ନାରୀଶକ୍ତି ଜାଗରଣରେ ତାଙ୍କର ଭୂମିକା , ରାଜନୀତିରେ ବଳିଷ୍ଠ ନେତୃତ୍ବ ଓଡିଶାର ଉନ୍ନତି ନିମନ୍ତେ ତାଙ୍କର ପରିକଳ୍ପନା ସମ୍ପର୍କରେ ଆଲୋକପାତ କରିବା ସହିତ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ । ଆଧୁନିକ ଓଡିଶା ଗଠନରେ ଅନନ୍ୟ ବ୍ୟକ୍ତିତ୍ଵ ବିଜୁ ପଟ୍ଟନାୟକଙ୍କ ଅବଦାନ ଚିର ସ୍ମରଣୀୟ । ରାଜ୍ୟର ଅର୍ଥନୈତିକ ବିକାଶ , ତ୍ରୀସ୍ତରୀୟ ଶାସନ ବ୍ୟବସ୍ଥା ପ୍ରଚଳନ , ଶିକ୍ଷା , ସ୍ବାସ୍ଥ୍ୟ , କୃଷି ଓ ଶିଳ୍ପର ଉନ୍ନତି ପାଇଁ ସର୍ବୋପରି ପ୍ରତ୍ୟେକ ଓଡିଶାବାସୀଙ୍କ ଜୀବନ ଧାରଣର ମାନଦଣ୍ଡରେ ବୃଦ୍ଧି ପାଇଁ ସେ ସର୍ବଦା ତତ୍ପର ଥିଲେ ବୋଲି ପୂର୍ବତନ ବିଧାୟକ ଡକ୍ଟର ବିଶ୍ଵାଳ ପ୍ରକାଶ କରିଛନ୍ତି ।

Recent Post

Live Cricket Update