( ବିଶିଷ୍ଟ ଚିତ୍ରଶିଳ୍ପୀ ପ୍ରଭୁଚରଣ ଜେନାଙ୍କ ୮୬ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳିତ
)
ଜଗତସିଂହପୁର
ତା =5/3/23/
ବିଶିଷ୍ଟ ଚିତ୍ରଶିଳ୍ପୀ ପ୍ରଭୁଚରଣ ଜେନାଙ୍କ ରାଜ୍ୟସ୍ତରୀୟ ୮୬ ତମ ଜୟନ୍ତୀ ଉତ୍ସବ ଓଡ଼ିଶା ଲଳିତକଳା ଏକାଡ଼େମୀ , ଓଡ଼ିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଚିତ୍ରଶିଳ୍ପୀ ପ୍ରଭୁଚରଣ ଜେନା ସୃତି ସଂସଦ ମିଳିତ ଆନୁକୁଲ୍ୟରେ ସ୍ଥାନୟ ସାରଦା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି | ସ୍ମୃତି ସଂସଦ ସଭାପତି ପ୍ରସିଦ୍ଧ ନାଟ୍ୟକାର ଡ଼ଃ କୈଳାଶ ଚନ୍ଦ୍ର ମଲ୍ଲିକଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ଜଗତସିଂହପୁର ମାନ୍ୟବର ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି ଯୋଗ ଦେଇ ଚିତ୍ରଶିଳ୍ପୀ ସ୍ୱର୍ଗତ ଜେନାଙ୍କ ଜୀବନଚର୍ଯ୍ୟା ଉପରେ ଆଲୋକପାତ କରିଥିଲେ। ମୁଖ୍ୟବକ୍ତା ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ | ସମ୍ନାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ, ଜଗତସିଂହପୁର ବ୍ଲକ ଅଧ୍ୟକ୍ଷା କନକପ୍ରଭା ଲେଙ୍କା ,ଓଡିଶା ଲଳିତକଳା ଏକାଡେମୀ ସଚିବ ପଞ୍ଚାନନ ସାମଲ ,ଜିଲ୍ଲା ପରିଷଦ ସଭ୍ୟ ବିବେକାନନ୍ଦ ବେହେରା ,ପୂର୍ବତନ ପୌରାଧ୍ୟକ୍ଷ ମଧୁସୂଦନ ସାହୁ ପ୍ରମୁଖ ଯୋଗଦେଇ ଶ୍ରୀଜେନାଙ୍କୁ ହରାଇ ସମଗ୍ର ଓଡି଼ଶା ଚିତ୍ରକଳା ଜଗତରେ ଏକ ଶୂନ୍ୟ ସ୍ଥାନ ରହିଗଲା ଓ ଜଣେ ଦକ୍ଷ ଚିତ୍ରଶିଳ୍ପୀଙ୍କୁ ହରାଇଛି ଓ ଏହି ମହାନ ଶିଳ୍ପୀ ଜଗତ୍ସିଂହପୁର ଜିଲ୍ଲା ତଥା ଓଡ଼ିଶା ରାଜ୍ୟପାଇଁ ଗର୍ବ ଓ ଗୌରବ, ତାଙ୍କର ସ୍ମୃତି ଚିରଦିନ କଳା ଜଗତରେ ଅମର ହୋଇ ରହିବ ବୋଲି ମତବ୍ୟକ୍ତ କରିଥିଲେ।
ଏହି ଅବସରରେ ସଂସଦ ଦ୍ୱାରା ଚିତ୍ରଶିଳ୍ପୀ ପ୍ରଭୁଚରଣ ଜେନା ସ୍ମୃତି ସମ୍ମାନରେ ଓଡ଼ିଶାର ବିଶିଷ୍ଠ ଚିତ୍ରଶିଳ୍ପୀ ଡକ୍ଟର ଚକ୍ରଧର ବେହେରା ଓ ଭାସ୍କର୍ଯ୍ୟଶିଳ୍ପୀ ଚନ୍ଦନ କୁମାର ସାମଲଙ୍କୁ ପ୍ରଦାନ କରାଯାଇଥିଲା । ପରେ ପ୍ରଭୁ ଚରଣ ଜେନା ସଣ୍ଡେ ଆର୍ଟ ସ୍କୁଲର କଳା ଶିକ୍ଷକ ମନୋଜ କୁମାର ସାହୁଙ୍କୁ ଅତିଥିମାନେ ସମ୍ମାନିତ କରିଥିଲେ । ପ୍ରାରମ୍ଭରେ ଚିତ୍ରଶିଳ୍ପୀ ପ୍ରଭୁଚରଣ ଜେନାଙ୍କ ବଡବଜାରସ୍ଥିତ ପ୍ରତିମୂର୍ତ୍ତିରେ ଅତିଥିମାନେ ମାଲ୍ୟାର୍ପଣ କରିଥିଲେ। ସ୍ମୃତିସଂସଦର କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ପୌରାଧ୍ୟକ୍ଷ ମଧୁସୂଦନ ସାହୁ ଉପସ୍ଥିତ ସମସ୍ତ ଅତିଥି ,ସମ୍ବର୍ଦ୍ଧିତ ପ୍ରତିଭା ଓ ଜନସାଧାରଣମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ସଂସଦର ସଦସ୍ୟମାନେ ସମ୍ପାଦନା କରିଥିଲେ ।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ