କଳା ବ୍ୟାଚ ପିନ୍ଧି ଭ୍ରଷ୍ଟାଚାର ଦିବସ ପାଳନ କଲା ବିଜେପି
ଆମ ରାଜ୍ୟ ଓଡ଼ିଶା ରେ ବିଜେଡି ଶାସନ ରେ ଦୁର୍ନୀତି ଓ ଭ୍ରଷ୍ଟାଚାର ରେ ଲୋକ ଅତିଷ୍ଠ ହେଉଛନ୍ତି । ଗ୍ରାମାଞ୍ଚଳ ରୁ ସହର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମନରେଗା, ରାସନ କାର୍ଡ ଆଦି ଯୋଜନା ରେ ମଧ୍ୟ ବ୍ୟାପକ ଦୁର୍ନୀତି ହେଉଛି । ଏହା ବିରୋଧରେ ଆଜି ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ର ଅନୁଗୋଳ ବ୍ଲକ୍ ଓ ବଅଁରପାଳ ବ୍ଲକ୍ ସମ୍ମୁଖ ରେ ପଞ୍ଚାୟତିରାଜ ଦିବସ ଅବସରରେ ବିଜେପି ତରଫରୁ ଭ୍ରଷ୍ଟାଚାର ଦିବସ ପାଳନ କରାଯାଇଥିଲା। ଦଳ ର ନେତୃବୃନ୍ଦ ଓ କର୍ମକର୍ତ୍ତା ମାନେ କଳା ବ୍ୟାଚ ପିନ୍ଧି ଉଭୟ ବ୍ଲକ୍ ସମ୍ମୁଖ ରେ ଧାରଣା ଦେବା ସହିତ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରେ ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ର ନାରାୟଣ ପାଣି, ଜିଲ୍ଲା ବିଜେପି ସଭାପତି ଦିଲେଶ୍ଵର ପ୍ରଧାନ, ବିଜେପି ନେତା ଦିଲୀପ ପ୍ରଧାନ, ବିଜେପି ଜିଲ୍ଲା ସମ୍ପାଦକ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ର ସହ ସଂଯୋଜକ ପ୍ରଭାତ ପ୍ରଧାନ, ବିଜେପି ଓବିସି ମୋର୍ଚ୍ଚା ର ଜିଲ୍ଲା ସଭାପତି ସରୋଜ ଜେନା, ମଣ୍ଡଳ ସଭାପତି ଅମୂଲ୍ୟ ପ୍ରଧାନ, ପ୍ରିୟବ୍ରତ ପାଗଲ, ଅନୁଗୋଳ ପୌରପାଳିକା ର ବରିଷ୍ଠ କାଉନସିଲର ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ପ୍ରଧାନ, ନିରଞ୍ଜନ କର, ପୂର୍ବତନ ସରପଞ୍ଚ କନ୍ଦର୍ପ ମହାରଣା, ବିଜେପି ନେତା ଅନନ୍ତ ସାହୁ, ସଂଜୀବ କର, ଶରତ ଦାସ, ବିଦ୍ୟାଧର ସାହୁ, ଲୋକନାଥ ପ୍ରଧାନ, ବିଜେପି ମହିଳା ମୋର୍ଚ୍ଚା ର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସୁଚିସ୍ମିତା ତ୍ରିପାଠୀ, ବିଜେପି ନେତ୍ରୀ କଳ୍ପନା ଦଳବେହେରା ଙ୍କ ସହିତ ଦଳ ର ବହୁ ନେତୃବୃନ୍ଦ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ। ସେହିପରି ବଅଁରପାଳ ବ୍ଲକ୍ ସମ୍ମୁଖ ରେ ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ରନାରାୟଣ ପାଣି, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ର ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ପ୍ରଧାନ, ବିଜେପି ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ର ପ୍ରଭାରୀ ଯଯାତି ପଟ୍ଟନାୟକ, ବିଜେପି ବଅଁରପାଳ ମଣ୍ଡଳ ର ସଭାପତି ଶ୍ରୀ ପ୍ରତ୍ୟୁଷ ରଞ୍ଜନ ପଣ୍ଡା, ସାଧାରଣ ସମ୍ପାଦକ ଅଶୋକ ଧୀର, ବିଜେପି ନେତା ପ୍ରକାଶ ସିଂହ, ବଳରାମପ୍ରସାଦ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଜୟନ୍ତୀ ସାହୁ, ବିଜେପି ନେତା ଦିଲୀପ ଭୁକ୍ତା, ହରି ପରିଡା, କୁନା ରାଉତ, ବିରଞ୍ଚି ନାରାୟଣ ବାରିକ, ସରୋଜ ମାଝୀ, ଜୟନ୍ତ ଦଳ ବେହେରା, ପ୍ରଭାତ ରଣା ଙ୍କ ସହିତ ଦଳ ର ବହୁ ନେତୃବୃନ୍ଦ ଓ କର୍ମକର୍ତ୍ତା ଉପସ୍ଥିତ ରହି ଆଜି ର ପଞ୍ଚାୟତିରାଜ ଦିବସ କୁ ଭ୍ରଷ୍ଟାଚାର ଦିବସ ଭାବେ ପାଳନ କରିବା ସହିତ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।