ଭଙ୍ଗା କୁଡିଆ ରେ ବନ୍ଧା ଜୀବନ । ଗରିବଙ୍କ ପାଇଁ ପକ୍କା ଘର ସାତସପନ

ଭଙ୍ଗା କୁଡିଆ ରେ ବନ୍ଧା ଜୀବନ । ଗରିବଙ୍କ ପାଇଁ ପକ୍କା ଘର ସାତସପନ ।


ଅମ୍ବାଭୋନା-

ତା-୦୬-୦୩-୨୦୨୩ -ଗରୀବ ପେଟକୁ ଭାତ ଓ ମୁଣ୍ଡକୁ ଛାତ ସ୍ଳୋଗାନ କେବଳ ଭାଷଣରେ ସୀମିତ ରହିଛି । ବାସ୍ତବ ଚିତ୍ର ସମ୍ପୁର୍ଣ୍ଣ ଭିନ୍ନ । ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ୍ ଅନ୍ତର୍ଗତ ବାଂଜିପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବେହେରା ଗ୍ରାମର ଆଦିବାସୀ ମହିଳା ଲୋଚନା ଧୁରୁଆ ଙ୍କ ପାଇଁ ବିଜୁ ପକ୍କାଘର କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଗୃହ ଟିଏ ପାଇବା ସାତସପନ ହୋଇପଡିଛି । ଗ୍ରାମୀଣ ଆବାସ ବିଭାଗ ର ଦୁରଦୃଷ୍ଟି ର ଅଭାବ ଏବଂ ଅନ୍ଧପୁଟୁଳି ବାନ୍ଧି ବସି ରହିଥିବାରୁ ସାଧାରଣ ଗରୀବ ଟିଏ ଆବାସ ପାଇବାରୁ ବଞ୍ଚିତ ରହିଛନ୍ତି । ଅମ୍ବାଭୋନା ଗ୍ରାମୀଣ ଆବାସ ବିଭାଗ ର ଦୁର୍ନୀତି ବଳୟରେ ବୁଡି ରହିଥିବାରୁ ମନମୁଖୀ ଭାବେ ଗରିବଙ୍କ ଯୋଗ୍ୟ ତାଲିକାକୁ ତଳକୁ ଠେଲି ଦେଇ ଅଯୋଗ୍ୟ କୁ ଅଗ୍ରାଧିକାର ତାଲିକାଭୁକ୍ତ କରିଚାଲିଥିବାରୁ ଗରୀବ ପାଇଁ ଆବାସ ଯୋଜନା ପ୍ରହସନ ପାଲଟିଛି । ବେହେରା ନିବାସୀ ଲୋଚନା ଧୁରୁଆ ଙ୍କୁ ଘରଟିଏ ଯୋଗାଇ ଦେବାପାଇଁ ଅମ୍ବାଭୋନା ବ୍ଲକ୍ ର ବିଡ଼ିଓ ପ୍ରଣବ କୁମାର ଚାନ୍ଦ ଙ୍କୁ ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ବରଗଡ଼ ଜିଲ୍ଲା କମିଟୀ ପକ୍ଷରୁ ଶ୍ରୀଯୁକ୍ତ ତ୍ରିଲୋଚନ ଭୁଏ ଙ୍କ ନେତୃତ୍ବରେ ଏକ ଦାବି ପତ୍ର ଦିଆଯାଇଥିଲା । ଦେଶ ସ୍ବାଧୀନ ହେବାର ୭୬ ବର୍ଷ ବିତିଗଲା ଓଡ଼ିଶା ସରକାର ଓ କେନ୍ଦ୍ର ସରକାର ଯେତେ ଯୋଜନା କରୁଛନ୍ତି , ହେଲେ ନିରିହ ଗରିବ ଆଦିବାସୀ ହରିଜନ ଓ ଅନ୍ୟ ବର୍ଗର ଗରିବ ଲୋକ ମାନେ , ଗୋଟିଏ ବିଜୁ ପକ୍କାଘର କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଗୃହ ଟିଏ ପାଇବା ପାଇଁ , ବାର୍ଦ୍ଧକ୍ୟ ଭର୍ତ୍ତା କିମ୍ବା ବିଧବା ଭର୍ତ୍ତା ପାଇବାରୁ ବଞ୍ଚିତ ରହିଛନ୍ତି । ବାରମ୍ବାର ବ୍ଲକ୍ ଅଫିସ୍ କୁ ଧାଇଁ ଧାଇଁ କିଛି ସୁଫଳ ହେଉନାହିଁ , ।ଯେଉଁ ହୀତାଧିକାରୀ ମାନେ ପାଇବାକୁ ଯୋଗ୍ୟ ସେମାନଙ୍କୁ ଅତି ଶିଘ୍ର ବ୍ୟବସ୍ଥା କରିବାକୁ ସଂଘ ଦାବି କରିଛି , ନହେଲେ ଆଗାମୀ ଦିନରେ ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ବରଗଡ଼ ଜିଲ୍ଲା ପକ୍ଷରୁ , ଅନିର୍ଦ୍ଧିଷ୍ଟ କାଳ ପାଇଁ ଅମ୍ବାଭୋନା ବ୍ଲକ୍ ଠାରେ ଆନ୍ଦୋଳନ କରିବା ପାଇଁ ତ୍ରିଲୋଚନ ଭୁଏ ଚେତାବନୀ ଦେଇଛନ୍ତି ।

ପ୍ରକାଶ ଚନ୍ଦ୍ର ରଥ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Recent Post

Live Cricket Update