ଝୁମ୍ପୁରା ରାଧାଗୋବିନ୍ଦ ଯୁଵକ ସଂଘ ପକ୍ଷରୁ ୭୧ତମ ଦୋଳ ଉତ୍ସବ |
କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଳକ ଅନ୍ତର୍ଗତ ଝୁମ୍ପୁରା ଦୋଳ ପଡିଆ ଠାରେ ରାଧାଗୋବିନ୍ଦ ଯୁବକ ସଂଘ ପକ୍ଷରୁ ୭୧ତମ ଦୋଳ ମହୋତ୍ସବ ପାଳିତ ହୋଇଛି | ଝୁମ୍ପୁରା ଶିଲିଶୁଆଁ ସୀମାନ୍ତରେ ଥିବା ଆରଡେଇ ନଦୀରୁ ବୁଡ ପକାଇ ୯ଟି କଳସ ଶୋଭା ଯାତ୍ରା ରେ ଆସି କଳସ ସ୍ଥାପନା ପରେ ଆରମ୍ଭ ହୋଇଥିଲା ପୂଜା କାର୍ଯ୍ୟ | ଏହି ଅବସରରେ ସାଂସ୍କୃତି ଷ୍ଟେଜ୍ ପ୍ରୋଗ୍ରାମ ପରିବେଶଣ ହୋଇଛି । ଦର୍ଶକ ମାନଙ୍କ ଜନଗୋହିଳ ସହ ଦୋକାନ ବଜାର ପସରା ମେଲିଛି । ଦୋଳ ମହୋତ୍ସବ ପାଇଁ ଝୁମ୍ପୁରା ଅଞ୍ଚଳ ଚଳଚଞ୍ଚଳ ହୋଇ ଉଠିଛି । ଆଖପାଖ ର ଜନସାଧାରଣ ଏଠାକୁ ଦର୍ଶନା ଭିଳାସି ଓ ବୁଲିବାକୁ ଝୁଟି ଆସୁଛନ୍ତି । ଶୃଙ୍ଖଳିତ ଦର୍ଶନ ପାଇଁ ରାଧାଗୋବିନ୍ଦ ଯୁବକ ସଂଘ ଓ ପୋଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।
ଝୁମ୍ପୁରା ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍