ଗୋପାଳପୁର ବେଳାଭୂମି ସାଜିଛି ମଦ୍ୟପଙ୍କ
ଆଡ଼ା ସ୍ଥଳୀ.
ଗୋପାଳପୁର (ଗଞ୍ଜାମ ).ଗୋପାଳପୁର ବେଳାଭୂମି ପଯ୍ୟଟନ ସ୍ଥାନ ମାନଙ୍କ ମଧ୍ୟରେ
ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି. ଏହି ବେଳା ଭୂମିକୁ ଭାରତର କୋଣ ଅନୁକୋଣରୁ ଓ ବିଦେଶରୁ ବହୁ ପର୍ଯ୍ୟଟକ ଏଠାକୁ ଆସି
ପ୍ରାକୃତିକ ଦୃଶ୍ୟର ଆନନ୍ଦ ନେଇଥାନ୍ତି. କିନ୍ତୁ
ବର୍ତମାନ ପର୍ଯ୍ୟଟକ ମାନେ ଏହି ବେଳ ଭୂମିରେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି. କାରଣ ବେଳା ଭୂମି ସାଜିଛି ଆଡା ସ୍ଥଳୀ. ଗୋପାଳପୁର ବେଳା ଭୂମି ନିକଟରେ
ଥିବା ଭଙ୍ଗା ଗୃହ ଗୁଡିକ ସାଜିଛି ମଦ୍ୟପଙ୍କ
ଆଡା ସ୍ଥଳୀ.ଗୋପାଳପୁର ପୋଲିସ ଓ ବେଳାଭୂମିରେ ଥିବା ପୋଲିସ ବିଟ ହାଉସ
ନିର୍ଭରଷ୍ଠା ଯୋଗୁଁ ମଦ୍ୟପ ମାନେ ବେଳା ଭୂମି ରେ ମଦ ପିଇବାରେ ସକ୍ଷମ ହୋଇପାରୁଛନ୍ତି.
ଯାହା ଫଳରେ ପର୍ଯ୍ୟଟନ ସ୍ଥାନ ମାନଙ୍କ ମଧ୍ୟରେ ଗୋପାଳପୁର ବେଳା ଭୂମିର ନାମ
ଖରାପ ହେବାରେ ଲାଗୁଛି.ପ୍ରଶାସନ ଓ ପୋଲିସ ଏଥି ପ୍ରତି ଦୃଷ୍ଟି ଦେବାର ଆବଶ୍ୟକ ରହିଛି.