ନାଲକୋ ପ୍ରସାଶନିକ ଅଧିକାରୀ ଙ୍କୁ ନେଇ ଢେଙ୍କାନାଳ ସାଂସଦ ଙ୍କର ଗୁରୁତ୍ୱ ପୂର୍ଣ୍ଣ ବୈଠକ

ନାଲକୋ ପ୍ରସାଶନିକ ଅଧିକାରୀ ଙ୍କୁ ନେଇ ଢେଙ୍କାନାଳ ସାଂସଦ ଙ୍କର ଗୁରୁତ୍ୱ ପୂର୍ଣ୍ଣ ବୈଠକ


ଅନୁଗୋଳ ଜିଲ୍ଲା ନାଲକୋ ର ଶ୍ୱେତ ଅତିଥି ନିବାସ ଠାରେ ଢେଙ୍କାନାଳ ସାଂସଦ, ନାଲକୋ ର ନିର୍ବାହୀ ନିର୍ଦ୍ଦେଶକ ଭୀମସେନ ପ୍ରଧାନ , ଗ୍ରୁପ ଜେନେରାଲ ମ୍ୟାନେଜର ମଣି ପ୍ରସାଦ ସାମଲ, ନାଲକୋ ସ୍ପନ୍ସୋର୍ଡ ଏଲ .ଏ .ପି- ଆଇ.ଟି.ଆଇ କ୍ଷତିଗ୍ରସ୍ତ ପ୍ରଜାସଂଘ ର ସମ୍ପାଦକ ଓ ସଭାପତି ଏବଂ ଗଦାଧର ସାହୁ ଙ୍କୁ ନେଇ ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା | ଏହି ବୈଠକ ରେ ନାଲକୋ ସ୍ପନ୍ସୋର୍ଡ ଏଲ .ଏ .ପି- ଆଇ.ଟି.ଆଇ କ୍ଷତିଗ୍ରସ୍ତ ସଭ୍ୟ ସଭ୍ୟା ମାନେ କିପରି ନାଲକୋ ରେ ସ୍ଥାୟୀ ନିଯୁକ୍ତି ପାଇବେ ଓ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିବା ସହିତ ନାଲକୋ ରେ ଜମି ହରାଇ ଥିବା ପ୍ରଜା ମାନଙ୍କୁ ନାଲକୋ କାରଖାନାରେ କିପରି ଭାବେ ଠିକା ଶ୍ରମିକ ଭାବେ ନିଯୁକ୍ତି ପାଇବା ସହିତ ପରିପାର୍ଶ୍ୱକ ଗ୍ରାମ ଗୁଡିକରେ ନାଲକୋ ତରଫରୁ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟ ରେ ତଦାରଖ କରିବା ସହିତ ଯଥା ଶୀଘ୍ର କାର୍ଯ୍ୟ କରିବାକୁ ଦୁଇ ଅଧିକାରୀ ଙ୍କୁ କଡା ନିର୍ଦେଶ ଦେଇଥିଲେ , ଆଗାମୀ ତିନି ଦିନ ମଧ୍ୟରେ ନାଲକୋ ସ୍ପନ୍ସୋର୍ଡ ଏଲ .ଏ .ପି- ଆଇ.ଟି.ଆଇ କ୍ଷତିଗ୍ରସ୍ତ ପ୍ରଜା ସଂଘ କୁ ନେଇ ଗ୍ରୁପ ଜେନେରାଲ ମ୍ୟାନେଜର ଙ୍କ କାର୍ଯ୍ୟାଳୟ ରେ ଏକ ଜରୁରୀ ବୈଠକ ହେବ ବୋଲି ଗ୍ରୁପ ଜେନେରାଲ ମ୍ୟାନେଜର( ଜି ଜି ଏମ ) ପ୍ରତିଶୃତି ଦେଇଥିଲେ |

Recent Post

Live Cricket Update