ଭୁବନ ଥାନା ଅଧିକାରୀଙ୍କ ବିରୋଧରେ ଆକ୍ସନ ନନେଲେ ରିଆକ୍ସନ ଦେଖାଇବ ଜିଲ୍ଲା ସାମ୍ବାଦିକ ସଂଘ

ଭୁବନ ଥାନା ଅଧିକାରୀଙ୍କ ବିରୋଧରେ ଆକ୍ସନ ନନେଲେ ରିଆକ୍ସନ ଦେଖାଇବ ଜିଲ୍ଲା ସାମ୍ବାଦିକ ସଂଘ ।

ଢେଙ୍କାନାଳ,୧୩/୩- ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ବାଲିବୋ ଅଞ୍ଚଳର ଜଣାଶୁଣା ସାମ୍ବାଦିକ ରବିନ ଦାସଙ୍କ ପ୍ରତି ଭୁବନ ପୋଲିସର ବର୍ବରିତ ପଦକ୍ଷେପକୁ ନିନ୍ଦା କରିଛି ଢେଙ୍କାନାଳ ଜିଲ୍ଲା ସାମ୍ବାଦିକ ସଂଘ । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ପ୍ରତି ଭୁବନ ଥାନା ଅଧିକାରୀ ସୌଭାଗ୍ୟ କୁମାର ସ୍ବାଇଁଙ୍କ ତାତ୍ସଲ୍ୟ କରିବା ଏବଂ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ରାସ୍ତାରେ ସର୍ବ ସମ୍ମୁଖରେ ଚଲାଇ ଚଲାଇ ନେବା ସହ ଫଟୋ ଉଠାଇ ଲଜ୍ଜିତ କରିବା କୋଠରାଘାତ କରିଛି । ଯାହାକୁ ନେଇ ଭୁବନ ସାମ୍ବାଦିକଙ୍କ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା । ତେବେ ଏ ନେଇ ଜିଲ୍ଲା ସାମ୍ବାଦିକକୁ ଖବର ପରେ ଏକ ଦାବିପତ୍ର କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁଙ୍କୁ ପ୍ରଦାନ କରାଯାଇଛି । ଜିଲ୍ଲା ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ ସତ୍ୟ ସ୍ବରୂପ ଦାସ ,କାମାକ୍ଷାନଗର ସାମ୍ବାଦିକ ସଂଘର ସଭାପତି ହିମାଂଶୁ ଶେଖର ମହାପାତ୍ର ପ୍ରମୁଖ ଏହି ଦାବି ପତ୍ର ପ୍ରଦାନ କରିଛନ୍ତି । ଆଗାମୀ ୭ ଦିନ ମଧ୍ୟରେ ଏହାର କୌଣସି ଆକ୍ସନ ନନେଲେ ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲା ସ୍ତରରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଦାସ ପ୍ରକାଶ କରିଛନ୍ତି । ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଭୁବନ ପୋଲିସର ବର୍ବରତା କାର୍ଯ୍ୟ ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ଶୁଭ ସଂକେତ ନୁହେଁ । ଯାହାକୁ ନେଇ ଉପଖଣ୍ଡ ଆରକ୍ଷୀ ଅଧିକାରୀ ରଞ୍ଜନ କୁମାର ଦେଙ୍କୁ ମଧ୍ୟ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ରବିନଙ୍କ ପ୍ରତି ହୋଇଥିବା ଆକ୍ସନକୁ ତୁରନ୍ତ ତଦନ୍ତ କରାଯିବାକୁ ସଂଘ ଦାବି କରିଛି ।

Recent Post

Live Cricket Update