ଜଗତସିଂହପୁର ପୋଲିସ ର ଦାଦାଗିରି ପ୍ରତିବାଦ ରେ ଗ୍ରାମବାସୀ ଙ୍କ ବିକ୍ଷୋଭ

[ ଜଗତସିଂହପୁର ପୋଲିସ ର ଦାଦାଗିରି ପ୍ରତିବାଦ ରେ ଗ୍ରାମବାସୀ ଙ୍କ ବିକ୍ଷୋଭ ]


ଜଗତସିଂହପୁର
ତା =13/3/23

ଜଗତସିଂହପୁର ଥାନା ଅନେକ ସୁଦକ୍ଷ ପୋଲିସ ଅଧିକାରୀ ଙ୍କୁ ହରାଇ ଅଯୋଗ୍ୟ ଅନଭିଜ୍ଞ ଅଧିକାରୀ ଙ୍କୁ ପାଇଛି | ଯାହା ଦ୍ଵାରା ଜଗତସିଂହପୁର ଥାନା ଅଞ୍ଚଳ ରେ ଆଇନି ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ ବିଗିଡି ଯାଇଛି | ଦିନ କୁ ଦିନ ପୋଲିସ ରାଜ ଚାଲିଛି | ଆଉ ପୂର୍ବଭଳି ଜନ ସାଧାରଣ ଥାନା ର ଦ୍ଵାରସ୍ତ ହୋଇ ନ୍ୟାୟ ପାଇ ପାରୁନାହାନ୍ତି | ଥାନା କର୍ମଚାରୀ ମାନେ ନିର୍ଦ୍ଦୋଷି କୁ ଯୋଜନା ବଧ ଭାବରେ ଥାନା ହାଜତ କୁ ଆଣି ତିନିଦିନ ଧରି ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଦାଦାଗିରି ର ଚରମ ସୀମା ଲଙ୍ଘିଛନ୍ତି | ପୋଲିସ ର ବର୍ବରତା ଘଟଣା କୁ ନେଇ ସବୁରି ସ୍ତରରେ ପୋଲିସ କୁ ନିନ୍ଦିତ ହେବାକୁ ପଡିଛି |
ଖବର ନେବାରେ ଜଣାପଡିଛି ଫେବୃଆରୀ 22- ତାରିଖରେ ତରଡ଼ାପଡା ଅଞ୍ଚଳ ରେ ଚେନ ଚୋରି ଅଭିଯୋଗ ରେ ପ୍ରମାଣ ନ ଥାଇ ତରଡାପଡା ଗ୍ରାମର ଅନୁସୂଚିତ ଜାତି ବର୍ଗର ନିରୀହ ଯୁବକ ନିହାର ରଞ୍ଜନ ମଲ୍ଲିକଙ୍କୁ ସନ୍ଦେହ ରେ ମାର୍ଚ୍ଚ ଚାରି ତାରିଖ ରାତିରେ ଜଗତସିଂହପୁର ଥାନା ASI ଚିରଞ୍ଜୀବ ବେହେରା | ପ୍ରତାପ ଦାସ | ମାନସ ଆଦି ଜଗତସିଂହପୁର ଥାନା କୁ ଡାକି ୩ ଦିନ ବେଆଇନି ଭାବେ ହାଜତ ରେ ଅଟକ ରଖି ଥାର୍ଡ଼ ଡିଗ୍ରୀ ପ୍ରୟୋଗ କରି ଜାତି ଆନା ଆକ୍ଷେପ କରି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ | ୩ ଦିନ ଧରି ପୋଲିସ ନିହାରକୁ ହାଜତ ପରିସରରେ ନିଧୂମ ମାଡ଼ ମଧ୍ୟ୍ୟ ମାରିଥିଲେ | ୩ ଦିନ ପରେ ନିହାର ଙ୍କୁ ପୋଲିସ ନଛାଡିବାରୁ ତରଡାପଡା ଗ୍ରାମର ସରପଞ୍ଚ ଙ୍କ ସମେତ ଗ୍ରାମର ଶତାଧିକ ମହିଳା ଏବଂ ନିହାରଙ୍କ ମା କବିତା ମଲ୍ଲିକ ଜଗତସିଂହପୁର SP ଙ୍କ କାର୍ଯ୍ୟାଳୟ ନିକଟରେ ବିକ୍ଷୋଭ ପଦର୍ଶନ କରି ପ୍ରତିବାଦ କରିଥିଲେ | SP ଙ୍କ ହସ୍ତକ୍ଷେପ ଦ୍ଵାରା ନିହାର କୁ ଜଗତସିଂହପୁର ଥାନା ପୋଲିସ ଛାଡି ଦେଇଥିଲେ |ହେଲେ ନିହାର ଙ୍କୁ ତିନିଦିନ ଧରି ଜଗତସିଂହପୁର ପୋଲିସ ଯେଉଁ ଭଳି ନିର୍ମମ ଭାବେ ଥାର୍ଡ଼ ଡିଗ୍ରୀ ପ୍ରୟୋଗ କରି ଶରୀର ର ବିଭିନ୍ନ ସ୍ଥାନରେ କ୍ଷତ ବିକ୍ଷତ କରିଛି ତାହା ନ ଦେଖିଲେ କେହି ବିଶ୍ୱାସ କରିବେ ନାହିଁ | ତେବେ ପୋଲିସର ଏଭଳି ଦାଦାଗିରି ବିରୋଧ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିହାର ପରିବାର ଏବଂ ଗ୍ରାମବାସୀମାନେ ମୁଖ୍ୟମନ୍ତ୍ରୀ, ଜ଼ିଲ୍ଲାପାଳ, ସଚିବ ଡିସିପି ଆଦି ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Recent Post

Live Cricket Update