ରୁଚିଦା ଗ୍ରାମରେ ଶ୍ରେଷ୍ଠ ଅଙ୍ଗନବାଡି କର୍ମୀ ଙ୍କୁ ସମ୍ବର୍ଦ୍ଧନା କଲେ ଗ୍ରାମବାସୀ

ରୁଚିଦା ଗ୍ରାମରେ ଶ୍ରେଷ୍ଠ ଅଙ୍ଗନବାଡି କର୍ମୀ ଙ୍କୁ ସମ୍ବର୍ଦ୍ଧନା କଲେ ଗ୍ରାମବାସୀ


ଅମ୍ବାଭୋନା ତା-୧୩-୦୩-୨୦୨୩ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ରୁଚିଦା ଗ୍ରାମରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭା ରେ ରୁଚିଦା ଗ୍ରାମର ଅଙ୍ଗନବାଡି ୧ ର ଅଙ୍ଗନବାଡି କର୍ମୀ ଶ୍ରୀମତୀ ଶୁଶିଲା ବୈଗା ଯିଏ କି ମାନ୍ୟବର ମୁଖ୍ଯ ମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଠାରୁ ଶ୍ରେଷ୍ଠ ଅଙ୍ଗନବାଡି କର୍ମୀ ରୂପେ ପୁରସ୍କୃତ ହୋଇଛନ୍ତି, ସମଗ୍ର ଓଡ଼ିଶା ର ତିନି ଜଣ ପୁରସ୍କୃତ ହୋଇଛନ୍ତି ସେଥିରୁ ଶ୍ରୀମତୀ ଶୁଶିଲା ବୈଗା ଜଣେ ସେ ଅଞ୍ଚଳ ବାସୀ ଙ୍କ ଠାରୁ ବହୁତ ପ୍ରସଂସା ପାଇଛନ୍ତି। ରୁଚିଦା ଗ୍ରାମରେ ତାଙ୍କର ଏହି ମହାନତାକୁ ନେଇ ଗଙ୍ଗାଧର ମେହେର ସାଂସ୍କୃତିକ ସଂସଦ ର ସଭାପତି ଓ ଗ୍ରାମବାସୀ ଙ୍କ ତରଫରୁ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ଉକ୍ତ ସଭା ରେ ସଂସଦର ସଭାପତି ଶ୍ରୀ ସଭାକର ମେହେର ଙ୍କ ଅଧ୍ଯକ୍ଷତାରେ ଅବସର ପ୍ରାପ୍ତ ଶିକ୍ଷକ ଉପେନ୍ଦ୍ର ପଧାନ, ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କପାଶିରା ର ପ୍ରଧାନ ଶିକ୍ଷକ ହିମାଞ୍ଚଲ ପଧାନ, ପୁରୁଷୋତ୍ତମ ଉଚ୍ଚ ବିଦ୍ୟାଳୟ ର ଅବସରପ୍ରାପ୍ତ ଶିକ୍ଷକ ସୁଲଲିତ ପାତ୍ର, ଅବସରପ୍ରାପ୍ତ ଶିକ୍ଷକ ଜଲନ୍ଧର୍ ପଧାନ, ତଥା ବାଲ୍ୟ ସାଥି ପ୍ରତିମା ସରକାର ଓ ଆରତୀ ମିଶ୍ର ଙ୍କ ସହିତ ଶ୍ରୀମତୀ ଶୁଶିଲା ବୈଗା ମଞ୍ଚାସୀନ ଥଲେ। ଗ୍ରାମର ମେହେର ପଡ଼ାର ଗଙ୍ଗାଧର ମେହେର ସାଂସ୍କୃତିକ ସଂସଦ, ମହିଳା ଭାଗବତ ସଂଘ ଓ ଗ୍ରାମବାସୀଙ୍କ ଦ୍ବାରା ସମ୍ମାନାର୍ଥେ ଉତ୍ତରୀୟ ,ସାଢ଼ୀ ଓ ଫୁଲ ତୋଡ଼ା ଦେଇ ସମ୍ବର୍ଦ୍ଧନା ଜଣାଇ ଥିଲେ। ସଭାକାର୍ଯ୍ୟ ରେ ଶ୍ରୀ ପଞ୍ଚମ ମେହେର, ରଙ୍ଗ ବଲ୍ଲଭ ମେହେର, ପଲଟନ ମେହେର, ରାଜକୁମାର ବୈଗା, ଜଗଦୀଶ ପାଣ୍ଡେ, ଗୌର ମହାପାତ୍ର, ସନ୍ତୋଷ ବାଗ, ରାଜକିଶୋର ପୁରୋହିତ, ମୁକୁନ୍ଦ ପଧାନ, ସୁବଲ ପଧାନ ଓ ଗ୍ରାମ ର ସମସ୍ତ ସଦସ୍ଯ ସଦସ୍ୟାମାନେ ସହଯୋଗ କରିଥିଲେ। ମଞ୍ଚ ପରିଚାଳନା ଶ୍ରୀ ଜୟନାରାୟଣ ମେହେର କରିଥିବା ବେଳେ ସଭାକର ମେହେର ଧନ୍ଯବାଦ ଅର୍ପଣ କରିଥିଲେ।ରୁଚିଦା ଗ୍ରାମରୁ ପ୍ରକାଶ ଚନ୍ଦ୍ର ରଥ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Recent Post

Live Cricket Update