(କର୍କଟ ରୋଗୀ କୁ ସହାୟତା ପ୍ରଦାନ ନିମନ୍ତେ ପ୍ରୟାସ କଲା ଆଶ୍ରିବାଦ ସେବା ସଂଗଠନ)
ଜଗତସିଂହପୁର
ତା =14/3/23
ଜଗତସିଂହପୁର ବ୍ଲକ ଅନ୍ତର୍ଗତ ପଳସା ଗ୍ରାମର ବୃଦ୍ଧା ଅନିରୁଦ୍ଧ ବାରିକ ଗାଁ ମୁଣ୍ଡ ଛକରେ ସେଲୁନଟିଏ କରି ସେଥିରୁ ଉପାର୍ଜିତ ଧନ ରେ ପରିବାର ପ୍ରତିପୋଷଣ କରୁଥିଲେ | ପାଞ୍ଚ ବର୍ଷ ହେବ ପତ୍ନୀ ଙ୍କୁ ହରାଇଛନ୍ତି |ହେଲେ ଦଇବର ନିଷ୍ତୁର ବିଚାର | ଅନୁରୁଦ୍ଧ ଏକ ବର୍ଷରୁ ଉର୍ଦ୍ଧ ହେବ ମୁଖ କର୍କଟ ରୋଗରେ ପୀଡିତ ହେବାରୁ ଚିକିତ୍ସା ନିମନ୍ତେ ଜମି, ବାଡ଼ି ସମସ୍ତ ବନ୍ଧକ ରଖି ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ର ରେ ଚିକିଛିତ ହେଉଥିଲେ |ହେଲେ କର୍କଟ ରୋଗ କ୍ରମଶଃ ବୃଦ୍ଧି ପାଇବାରୁ ଅନିରୁଦ୍ଧ ଆଉ ପାଟି ରେ କୈଣସି ଖାଦ୍ୟ ଖାଇପାରୁନାହାନ୍ତି | ରୋଗ ଯନ୍ତ୍ରଣା ରେ ସେଜରେ ଛଟ ପଟ ହେଉଥିବାର ଖବର ପାଇ ଜ଼ିଲ୍ଲା ର ଅଗ୍ରଣୀ ସ୍ଵେଛାସେବୀ ସଂଗଠନ ଆଶ୍ରିବାଦ ସେବା ସଂଗଠନ ପକ୍ଷରୁ ଜିଲ୍ଲା ଚିକିତ୍ସା ଅଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ମଣ୍ଡାସାହି ଡାକ୍ତରଖାନାର ଡାକ୍ତର ସୁରେଶ ଲେଙ୍କା ଏବଂ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଶିର୍ବାଦ ସେବା ସଂଗଠନର ସଭାପତି ଜଗନ୍ନାଥ ବେହେରା ଉପଦେଷ୍ଟା ହିମାଂଶୁ ଶେଖର ଆଚାର୍ଯ୍ୟ ବିଜେଦ୍ର ଦାସ ଜଗନ୍ନାଥ ତ୍ରିପାଠୀ ନାରାୟଣ ନାୟକ ଅବସର ପ୍ରାପ୍ତ ବାୟୁସେନା ଅଧିକାରୀ ଦେବାଶିଷ ଦାସ ଗ୍ରାମର ୱାର୍ଡ ମେମ୍ବର ଶରତ ବାରିକ ପ୍ରକାଶ ଭୋଇ ପ୍ରମୁଖ ଅନିରୁଦ୍ଧ ଙ୍କୁ ଚିକିତ୍ସା ପାଇଁ ସରକାରୀ ଏବଂ ବେସରକାରୀ ସହାୟତା କିପରି ମିଳିବ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେବା ସହିତ ରେସନ ସାମଗ୍ରୀପ୍ରଦାନ କରିଛନ୍ତି ।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ
