ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଢେଙ୍କାନାଳ ଜିଲ୍ଲା ଡ୍ରାଇଭର ସଂଘକୁ ନିବେଦନ ସ୍ବାଭାବିକ ଜୀବନ ଯାତ୍ରା ପ୍ରଭାବିତ ନ କରିବାକୁ ପରାମର୍ଶ

ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଢେଙ୍କାନାଳ ଜିଲ୍ଲା ଡ୍ରାଇଭର ସଂଘକୁ ନିବେଦନ ସ୍ବାଭାବିକ ଜୀବନ ଯାତ୍ରା ପ୍ରଭାବିତ ନ କରିବାକୁ ପରାମର୍ଶ

ଢେଙ୍କାନାଳ , ତା , ୧୪.୦୩.୨୦୨୩ ରାଜ୍ୟ ସରକାର ଓଡିଶା ଡ୍ରାଇଭର ସଂଘର ଦାବିଗୁଡିକୁ ସହୃଦୟତାର ସହିତ ବିଚାର କରୁଛନ୍ତି ଏଣୁ ୧୫ ତାରିଖ ଦିନ ଓଡିଶା ଡ୍ରାଇଭର ସଂଘ ପକ୍ଷରୁ ଆୟୋଜିତ ଆନ୍ଦୋଳନରେ ଢେଙ୍କାନାଳ ଜିଲ୍ଲାର ଡ୍ରାଇଭରମାନେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବାକୁ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ପରାମର୍ଶ ଦେଇଛନ୍ତି । ସମ୍ପ୍ରତି ବିଭିନ୍ନ ପରୀକ୍ଷା ଚାଲୁଥିବାରୁ , ନୈତିକତା ଦୃଷ୍ଟିରୁ ଯେପରି କେହି କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥ୍ପ୍ରତି ଧ୍ୟାନ ଦେବାକୁ ସେ କହିଛନ୍ତି । ସମସ୍ତ ପ୍ରକାରର ସହଯୋଗ ନିମନ୍ତେ ଜିଲ୍ଲାପ୍ରଶାସନ ପ୍ରସ୍ତୁତ ଅଛି ବୋଲି ସେ ପ୍ରକାଶ କରିଛନ୍ତି । କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତ ଯେପରି ସୃଷ୍ଟି ନ ହୁଏ , ସେଥ୍ପ୍ରତି ସଜାଗ ରହିବାକୁ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ମହାପାତ୍ର ଜିଲ୍ଲା ସଂଘର କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି । ଯାତାୟତରେ କାହାକୁ ବାଧା ନ ଦେବାକୁ ଏବଂ ଆନ୍ଦୋଳନରେ ସାମିଲ ହେବାକୁ କାହାକୁ ବାଧ୍ୟ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି । କେହି ଯଦି କୌଣସି ପ୍ରକାରର ବିଶୃଙ୍ଖଳା କରନ୍ତି ତେବେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି । ଜିଲ୍ଲାର ୧୯ଟି ପ୍ରମୁଖ ସ୍ଥାନରେ ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବରେ ସେମାନଙ୍କ ଦାବି ପୂରଣ ନିମନ୍ତେ ଆନ୍ଦୋଳନ କରିବେ ବୋଲି ଜିଲ୍ଲା ଡ୍ରାଇଭର ସଂଘର ସଭାପତି ଶ୍ରୀ ନରୋତ୍ତମ ବେହେରା ଏବଂ ସଦର ବ୍ଲକ ଡ୍ରାଇଭର ସଂଘର ପରିଚାଳନା ମୁଖ୍ୟ ଶ୍ରୀ ସୁରେଶ ଚନ୍ଦ୍ର ବାରିକ ପ୍ରତିଶୃତି ଦେଇଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଓସୱାନ କଂଫେରେନ୍ସ ହଲ ଠାରେ ଆୟୋଜିତ ବୈଠକରେ ଆଞ୍ଚଳିକ ପରିବହନ ଅଧିକାରୀ , ମୋଟରଯାନ ନିରୀକ୍ଷକ , ଡି.ଆଇ.ବି. ର ଡି.ଏସ.ପି. ବସ ସଂଘର କର୍ମକର୍ତ୍ତା , ଗଣମାଧ୍ୟମର ପ୍ରତିନିଧୂମାନେ ଉପସ୍ଥିତ ଥିଲେ ।

Recent Post

Live Cricket Update