Search
Close this search box.

ଢେଙ୍କାନାଳ ସାତ ଦୋଳ ଉତ୍ସବ , ଲଉଡି ଖେଳରେ ଦୁଲୁକିଲା ସହର

ଢେଙ୍କାନାଳ ସାତ ଦୋଳ ଉତ୍ସବ , ଲଉଡି ଖେଳରେ ଦୁଲୁକିଲା ସହର


ଢେଙ୍କାନାଳ , ୧୪୩ : ଢେଙ୍କାନାଳ ଜିଲ୍ଲା ଯାଦବ ମହାସଭା ତରଫରୁ ସାତଦୋଳ ଉତ୍ସବ ମଙ୍ଗଳବାର ମହାସମାରୋହରେ ପାଳିତ ହୋଇଯାଇଅଛି । ଏହି ଅବସରରେ ଲଉଡିଖେଳ ଓ ନାଚଗୀତରେ ଢେଙ୍କାନାଳ ସହର ଦୁଲୁକି ଉଠିଥିଲା । ଜିଲ୍ଲା ଯାଦବ ମହାସଭା ପକ୍ଷରୁ ଆୟୋଜିତ ଏହି ଶୋଭାଯାତ୍ରାରେ ୧୦ଟି ଲଉଡି ଦଳ ଯୋଗଦେଇ ଲଉଡିଖେଳ ପ୍ରଦର୍ଶନ କରିଥିଲେ । ସ୍ଥାନୀୟ ବାଜିଚୌକି ଛକ ଠାରୁ ଏହି ଶୋଭାଯାତ୍ରା ବାହାରି ଢେଙ୍କାନାଳ ଆରାଧ୍ୟ ଦେବ ଶ୍ରୀଶ୍ରୀ ବଳରାମ ମନ୍ଦିର ପାର୍ଶ୍ୱ ଦେଇ ପରିକ୍ରମା କରିବା ସହ ଜୁବୁଲିଟାଉନ୍‌ସ୍ଥିତ ଯଦୁପତି ବିହାର ମନ୍ଦିର ଠାରେ ପହଁଚିଥିଲା । ମନ୍ଦିର ଠାରେ ସମସ୍ତ ଲଉଡି ଦଳ ଚିତାକର୍ଷକ ଖେଳ ପ୍ରଦର୍ଶନ କରିଥିଲେ । ଏହି ସାତଦୋଳ ଉତ୍ସବରେ କରମୂଳ – କ , କରମୂଳ – ଖ , ଆମ୍ବପଡା , ଜଙ୍ଗିରା , ପିଙ୍ଗୁଆ – ଜକିଆ , ଗହମଝୁଟି , ଟଭାପାଳ , ଦୁଦୁକାଟେଣୀ , ଖଣ୍ଡିଆବନ୍ଧ ଆଦି ଅଂଚଳରୁ ଗୋପାଳଭାଇମାନେ ଯୋଗଦେଇ ଲଉଡି ଖେଳ ପରିବେଷଣ କରିଥିଲେ । ସଂଧ୍ୟା ୮ଟାରୁ ୧୧ଟା ପର୍ଯ୍ୟନ୍ତ ଯଦୁପତି ବିହାର ଠାରେ ଏକ ବିରାଟ ସମାବେଶ ହେବା ସହ ଲଉଡିଖେଳ ପ୍ରତିଯୋଗିତା ଆୟୋଜନ ହୋଇଥିଲା । ଜିଲ୍ଲା ଯାଦବ ମହାସଭାର ଉପଦେଷ୍ଟା ଦେବୀ ପ୍ରସାଦ ଭୁତିଆ , ଯାଦବ ମହାସଭା ସଭାପତି ପ୍ରମୋଦ କୁମାର ବେହେରା , ସାଧାରଣ ସଂପାଦକ ସଚିନ୍ ଦାସ , ଯାତ୍ରା କମିଟି ସଭାପତି ବିଜୟ କୁମାର ବେହେରା , ସଂପାଦକ ବିଷ୍ଣୁ ଚରଣ ବେହେରା , ଯୁବ ଯାଦବ ସଭାପତି ଦେବାଶିଷ ବେହେରା , ସନାତନ ବେହେରା , ସବ୍ୟସାଚୀ ମହାଖୁଡ , ସନ୍ତୋଷ ମହାଖୁଡ ( ପବନା ) , ମିଲନ୍ ବେହେରା , ପୂର୍ଣ୍ଣଚନ୍ଦ୍ର ରାଉତ , ଶ୍ରୀକାନ୍ତ ଭୁତିଆ , ଜ୍ଞାନରଞ୍ଜନ ଭୂତିଆ , ରାମଚନ୍ଦ୍ର ବେହେରା , ଅଭିମନ୍ୟୁ ଖିଲାର ଓ ଯାଦବ ମହାସଭାର ମିଡିଆ ପ୍ରଭାରୀ ଗଙ୍ଗାଧର ରାଉତ ପ୍ରମୁଖ ଯାତ୍ରା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Recent Post

Live Cricket Update

You May Like This

× How can I help you?