କେନ୍ଦ୍ରୀୟ କୃଷି ବିଜ୍ଞାନ କେନ୍ଦ୍ର ରେ ପ୍ରାକୃତିକ କୃଷି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

(କେନ୍ଦ୍ରୀୟ କୃଷି ବିଜ୍ଞାନ କେନ୍ଦ୍ର ରେ ପ୍ରାକୃତିକ କୃଷି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ )


ଜଗତସିଂହପୁର
ତା =15/3/23
ଜଗତସିଂହପୁର ଜିଲ୍ଲା ତିର୍ତୋଲ ସ୍ଥିତ ନିମକଣା କୃଷିବିଜ୍ଞାନକେନ୍ଦ୍ର ପରିସରରେ କେ ବି କେ ର ବରିଷ୍ଟ ବୈଜ୍ଞାନିକ ଜୀବନଜିତ ସେନ ଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନ ରେ ପ୍ରାକୃତିକ କୃଷି ସଚେତନତା ଉପରେ ଦୁଇଦିନିଆଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି | ପ୍ରାକୃତିକ ଉପାୟରେ ଜୈବିକସାର ପ୍ରସ୍ତୁତକରି ଉତ୍ପାଦନକ୍ଷମ ଫସଲ ଆମଦାନୀ କରିବା ନିମନ୍ତେ ଦୁଇଦିନ ଧରି ବିଶେଷଜ୍ଞ ମାନଙ୍କ ଦ୍ୱାରା ଚାଷୀ ମାନଙ୍କୁ ତାଲିମ୍ ଦିଆଯାଇଥିଲା | ତିର୍ତୋଲ ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ ଶତାଧିକ ମିଶନଶକ୍ତି ର କୃଷିମିତ୍ର ଓ ପ୍ରାଣୀମିତ୍ର ମହିଳା ମାନଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ | ଏଥିରେ ରୋଗ ପୋକ ବିଶେଷଜ୍ଞ ଦେବାଶିଷ ପଣ୍ଡା ଓ ଉଦ୍ୟାନବିଭାଗ ବୈଜ୍ଞାନିକ ଆଶିଷ କୁମାର ମହାନ୍ତି | କୃଷିବିଜ୍ଞାନକେନ୍ଦ୍ର ର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ଯୋଗଦେଇ ଶିବିର ପରିଚାଳନା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ | ଜୈବିକ ସାର ପ୍ରୟୋଗ ଦ୍ୱାରା ଉତ୍ପାଦିତ ଖାଦ୍ୟସାମଗ୍ରୀ ଖାଇବାଦ୍ୱାରା ଶରୀରରେ ରୋଗପ୍ରତିଷେଧକ ଶକ୍ତିବୃଦ୍ଧି ପାଇଥାଏ ବୋଲି ବିଶେଷଜ୍ଞ ମାନେ ମତପ୍ରଦାନ କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Recent Post

Live Cricket Update