ଡ୍ରାଇଭର ମୋହାସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ

ଡ୍ରାଇଭର ମୋହାସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ ।
ଗୋଲାମୁଣ୍ଡା
ଆଜିଠାରୁ ସାରା ଓଡିଶାରେ ଡ୍ରାଇଭର ମହାସଙ୍ଗ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟେରିଂ ଛାଡ ଆନ୍ଦୋଳନ କରାଯାଇଥିବା ବେଳେ ଗୋଲାମୁଣ୍ଡା ବ୍ଲକର କେଗାଁ,ମହାଳିଙ୍ଗ,ଫରଙ୍ଗ, ବୃନ୍ଦାବାହାଲ ଓ ଗୋଲାମୁଣ୍ଡା ଠାରେ ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଛି । ସୂଚନାରୁ ପ୍ରକାଶ ଯେ ଡ୍ରାଇଭର ମହାସଂଘ ପକ୍ଷରୁ ୧୦ ଦଫା ଦାବି ନେଇ ରାଜ୍ୟ ସରକାରଙ୍କୁ ଜଣାଇଲା ସତ୍ତ୍ୱେ ବି ସରକାର ଶୁଣୁ ନ ଥିବାରୁ ଏପରି ପଦକ୍ଷେପ ନେଇଥିବା ଗୋଳାମୁଣ୍ଡା ଡ୍ରାଇଭର ସଂଘ ପକ୍ଷରୁ କୁହାଯାଇଛି । ୧୦ ଦଫା ଦାବିପତ୍ର ମଧ୍ୟରୁ କୋରାନା ଯୋଦ୍ଧା ମାନ୍ୟତା,ଡ୍ରାଇଭର ମାନଙ୍କୁ ପାଇଁ ସ୍ୱତନ୍ତ୍ର ଆଇନ ବ୍ୟବସ୍ଥା,୫୫ ବର୍ଷ ପରେ ଭତ୍ତା ଯୋଗାଇ ଦେବା ସହ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରିବା, ଡ୍ରାଇଭର ମାନଙ୍କୁ ପାଇଁ ବିଶ୍ରାମ ନେବା ପାଇଁ ପାର୍କିଂ ସହିତ ପ୍ରତେକ ଏକ ଶହ କିମି ଦୁରତରେ ଶୌଚାଳୟ ବ୍ୟବସ୍ଥା କରାଯାଉ ,ଦୁର୍ଘଟଣା ଜନିତ ବୀମା ୨୦ ଲକ୍ଷ୍ୟ ଓ ଅକର୍ମଣ୍ୟ ହେଲେ ୧୦ ଲକ୍ଷ୍ୟ ଟଙ୍କା ସହ ଚିକିତ୍ସା ପାଇଁ ୫ଲକ୍ଷ୍ୟ ଦିଆଯାଉ, ଗାଡି ଚଳାଇବା ପାଇଁ ସମୟ ସୀମା ସହ ଦ୍ୱିତୀୟ ସୈନିକର ମାନ୍ୟତା ଦିଆଯାଉ, ପିଲାମାନଙ୍କ ପାଇଁ ଉଚ୍ଚ ଶିକ୍ଷାର ବ୍ୟବସ୍ଥା କରଯାଉ, ରାଜରାସ୍ତାରେ ଡ୍ରାଇଭର ମାନଙ୍କୁ ପ୍ରଶାସନ ପକ୍ଷରୁ ହଇରାଣ ହରକତ ନ କରାଯାଉ, ଡ୍ରାଇଭର ଲାଇସେନ୍ସ ପାଇଁ ସ୍ୱଳ୍ପମୂଲ୍ୟ ଧାର୍ଯ୍ୟ କରାଯାଉ । ଏହି ଆନ୍ଦୋଳନରେ ଜନସାଧାରଣଙ୍କ ଯାତାୟତରେ ବାଧାପ୍ରାପ୍ତ ହୋଇଥିବା ବେଳେ କୌଣସି ଜାଗାରେ ଅପ୍ରୀତିକର ଘଟଣା ଘଟି ନ ଥିବା ଜଣାପଡିଛି ।

ଧର୍ମଗଡ଼ ଉପଖଣ୍ଡ ପ୍ରତନିଧି kpurchansethia ଙ୍କ ରିପୋଟ ଜାଗ୍ରତ ଭାରତ news

Recent Post

Live Cricket Update