ଜଗତସିଂହପୁର ଥାନା ସାଜିଛି ଭୁତ ଖାନା | ଦୋଷୀ କୁ ସମର୍ଥନ | ନିର୍ଦୋଷି କୁ ଦଣ୍ଡ

(ଜଗତସିଂହପୁର ଥାନା ସାଜିଛି ଭୁତ ଖାନା | ଦୋଷୀ କୁ ସମର୍ଥନ | ନିର୍ଦୋଷି କୁ ଦଣ୍ଡ )


ଜଗତସିଂହପୁର
ତା =16/3/23

ଜଗତସିଂହପୁର ଥାନା ସାଜିଛି ଭୁତ ଖାନା |ଏଠି ଥାନା ବାବୁମାନେ ଅନ୍ଧ ଭାବେ ଆଖିରେ କଳା ପଟି ବାନ୍ଧି ଦୋଷୀ କୁ ସମର୍ଥକ କରୁଥିବା ବେଳେ ନିର୍ଦୋଷୀ କୁ କଠୋର ରୁ କଠୋର ଦଣ୍ଡ ଦେବାକୁ ପଛାଉ ନାହାନ୍ତି | ଶେଷରେ ନିରୀହ ଜନତା ଜଗତସିଂହପୁର ଥାନା ରୁ ନ୍ୟାୟ ନପାଇ ଏସପି ଙ୍କୁ ଭେଟି ଗୁହାରି କରିବା ପରେ ଥାନା ବାବୁ ଙ୍କ ଆକ୍ରସ ର ଶିକାର ହୋଇଛନ୍ତି | ମାଡ଼ ବି ଖାଇଛନ୍ତି | ଶେଷରେ ଜେଲ ଵି ଯାଇଛନ୍ତି | କିନ୍ତୁ ମହିଳା ଙ୍କୁ ମାଡ଼ ମାରିଥିବା ଅଭିଯୁକ୍ତମାନଙ୍କୁ ପୋଲିସ ର ସମର୍ଥନ କାହା ଚାପରେ ତାହା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି |
ଏହାର ନଗ୍ନ ନମୁନା ଦେଖିବାକୁ ମିଳିଛି ଜଗତସିଂହପୁର ସଦର ଥାନା ଅଧୀନ ରେ ଥିବା ଜୟବଡ ଗ୍ରାମ ରେ | ଜୟବଡ଼ ଗ୍ରାମର ରୂପଶ୍ରୀ ଦାସ ନିଜ ଜାଗାରେ ଘର କରୁଥିବା ବେଳେ ଉଧ୍ୟେଶ୍ୟ ମୂଳକ ଭାବେ ରୂପଶ୍ରୀ ଙ୍କ ଦିଅର ଜୋର ଜବରଦସ୍ତ ଘର କାମ ବନ୍ଦ କରିବା ସହ ରୂପଶ୍ରୀ ଓ ତାଙ୍କ ସ୍ୱାମୀ ଙ୍କୁ ନିସ୍ତୁକ ମାଡ଼ ମାରିବା ଦ୍ଵାରା କ୍ଷତ ବିଖ୍ୟତ ହୋଇ ସ୍ୱାମୀ ସ୍ତ୍ରୀ ଜ଼ିଲ୍ଲା ସଦର ମହକୁମା ଚିକିତ୍ସାଳୟ ରେ ଚିକିଛିତ ହେଉଥିବା ବେଳେ ଚତୁର ଦିଅର ଜଗତସିଂହପୁର ଥାନାରେ ଓଲଟା ରୂପଶ୍ରୀ ଏବଂ ତାଙ୍କ ସ୍ୱାମୀ ଙ୍କ ନାମରେ ନିଜକୁ ବଞ୍ଚାଇବା ନିମନ୍ତେ ମିଥ୍ୟା ଏତଲା ଦେଇଥିଲେ | ଦିଅର ର ମିଥ୍ୟା ଏତଲା କୁ ଭିତିକରି ଜଗତସିଂହପୁର ଥାନା
ପୋଲିସ ରୂପଶ୍ରୀ ଙ୍କ ସ୍ୱାମୀ ଙ୍କୁ ଗିରଫ କରି କୋର୍ଟ ଫରୱାର୍ଡ଼ କରିଥିବାବେଳେ ରୂପଶ୍ରୀ ଙ୍କ ଏତଲା ଅନୁସାରେ ଅଭିଯୁକ୍ତ ଦିଅର ପ୍ରତି ଜଗତସିଂହପୁର ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା |ଅପର ପକ୍ଷରେ
କୌଣସି କୋର୍ଟ ନିର୍ଦେଶ ନଥାଇ ପୋଲିସ ଜୋର ଜବରଦସ୍ତ କଣ ପାଇଁ ରୂପଶ୍ରୀ ଙ୍କ ଘର ନିର୍ମାଣ କାର୍ଯ୍ୟ ବନ୍ଦ କରିଛି ତାହା ସାଧାରଣ ରେ ସନ୍ଦେହ ସ୍ତୁଷ୍ଟି କରିଛି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Recent Post

Live Cricket Update