ସରକାରୀ ସହାୟତା ଅପେକ୍ଷାରେ ଅସହାୟ ପରିବାର

((ସରକାରୀ ସହାୟତା ଅପେକ୍ଷାରେ ଅସହାୟ ପରିବାର

)

ଜଗତସିଂହପୁର
ତା =17/3/23
ଜଗତସିଂହପୁର ସଦର ବ୍ଳକ ଅନ୍ତର୍ଗତ ଶାଳଜଙ୍ଗ ପଞ୍ଚାୟତ ର ଛଣହତା ଗ୍ରାମରେ ପରମାନନ୍ଦ ସାହୁଙ୍କ ଘର। ଗତ ତିନିବର୍ଷ ତଳେ ପରମାନନ୍ଦ ଙ୍କ ଏକମାତ୍ର ରୋଜଗାରିଆ ପୁଅ ବିଚିତ୍ର କୁମାର ସାହୁ ଏକ ସଡ଼କ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିଲେ। ବିଚିତ୍ର ଙ୍କ ୩ଟି ଝିଅ ଓ ଗୋଟିଏ ପୁଅ। ବିଚିତ୍ର ର ମୃତ୍ୟୁ ପରେ ବାପା ପରମାନନ୍ଦ ମୂଲ ଲାଗି ପରିବାର ପ୍ରତିପୋଷଣ କରୁଥିଲେ। କିନ୍ତୁ ଗତ ଦେଢ଼ ମାସ ତଳେ ପରମାନନ୍ଦ ଙ୍କର ହୃଦଘାତ ରେ ମୃତ୍ୟୁ ଘଟିଥିଲା। ପରମାନନ୍ଦ ଙ୍କ ମୃତ୍ୟୁ ପରେ ପରିବାର ଟି ସମ୍ପୂର୍ଣ୍ଣ ମୁରବୀ ଶୁନ୍ୟ ତଥା ପୁରୁଷ ଶୁନ୍ୟ ହୋଇପଡିଥିଲା। ବିଧବା ଶାଶୁ ଓ ବୋହୁ ଙ୍କ ଉପରେ ୪ଟି ପିଲାଙ୍କର ବୋଝ। ଶାଶୁ ବୋହୁ ଙ୍କ ଭତ୍ତା ଓ ରାଶନ ଚାଉଳ କୁ ନେଇ ଚଳୁଛନ୍ତି ୬ପ୍ରାଣୀ କୁଟୁମ୍ବ। ଗାଁ ରେ ଉଭୟ ଶାଶୁ ଓ ବୋହୁ କତାକାମ କରିବା ସହ ଲୋକଙ୍କ ଘରେ କାମ କରି ପରିବାର ପ୍ରତିପୋଷଣ କରିବା ପାଇଁ ଦୁଇ ପଇସା ରୋଜଗାର କରୁଛନ୍ତି। ୪ଟି ପିଲାଙ୍କୁ ପାଠ ପଢ଼ାଇବା ପାଇଁ ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ସମ୍ବଳ ନାହିଁ। ଯେତିକି ରୋଜଗାର କରୁଛନ୍ତି ପିଲାଙ୍କ ପେଟକୁ ଦାନା ଅଣ୍ଟୁନାହିଁ। ଯଦି ସରକାରୀ ସାହାଯ୍ୟ କିଛି ମିଳନ୍ତା ତେବେ ପରିବାର ଚଳିବା ସହିତ ପିଲାମାନେ ପାଠ ପଢ଼ି ପାରନ୍ତେ ବୋଲି ଦୁଃଖର ସହିତ ନିବେଦନ କରିଛନ୍ତି ବିଧବା ଶାଶୂ ଓ ବୋହୁ। ପାଠ ପଢିବାକୁ ପିଲାମାନଙ୍କ ମନରେ ରହିଛି ପ୍ରବଳ ଆଗ୍ରହ। ହେଲେ ଅର୍ଥ ସାଜିଛି ବାଧକ। ଜେଜେମାଆ ଓ ମାଆ ଯେତିକି ପଇସା ରୋଜଗାର କରୁଛନ୍ତି ତାହା ଖାଇବାକୁ ଅଣ୍ଟୁନାହିଁ। ବଡ଼ ଝିଅ ଜ୍ୟୋତିପ୍ରଜ୍ଞା ସରକାରୀ ସ୍କୁଲରେ ନବମ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ଆଉଗୋଟିଏ ଝିଅ ଷଷ୍ଠ ଶ୍ରେଣୀରେ ପଢୁଛି। ତୃତୀୟ ଝିଅଟି ପ୍ରଥମ ଶ୍ରେଣୀରେ ପଢ଼ୁଥିବା ବେଳେ ସାନ ପୁଅଟି ଅଙ୍ଗନବାଡି ରେ ପଢୁଛି। ପିଲାମାନଙ୍କ ମନରେ ପାଠ ପଢିବାକୁ ଆଗ୍ରହ ରହିଥିଲେ ମଧ୍ୟ ଅର୍ଥ ଅଭାବରୁ ଠିକ୍ ଭାବେ ପାଠ ପଢ଼ି ପାରୁ ନାହାଁନ୍ତି। ଯଦି କୌଣସି ସରକାରୀ କିମ୍ବା ବେସରକାରୀ ପ୍ରତିଷ୍ଠାନ ପକ୍ଷରୁ ସାହାଯ୍ୟ ସହଯୋଗ ମିଳନ୍ତା ଭଲ ପାଠ ପଢି ମଣିଷ ହୋଇ ପାରନ୍ତେ ବୋଲି କହିଛନ୍ତି ଜ୍ୟୋତିପ୍ରଜ୍ଞା। ତେବେ ଏହି ଅସହାୟ ପରିବାରରେ କେହି ପୁରୁଷ ନ ଥିବାରୁ ବହୁ ଦୁର୍ଦ୍ଦିନରେ ୪ଟି ପିଲାଙ୍କୁ ଚଳାଉଛନ୍ତି ବିଧବା ଶାଶୁ ଓ ବୋହୁ। ଏହି ଅସହାୟ ପରିବାରକୁ ସରକାରୀ ସାହାଯ୍ୟ ନିହାତି ଜରୁରୀ ବୋଲି କହିଛନ୍ତି ଗ୍ରାମବାସୀ।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ )

Recent Post

Live Cricket Update