କବି ଓ ସଂଗ୍ରାମୀ ଧନେଶ୍ୱର ରାଉତଙ୍କ ସହିତ ସାକ୍ଷାତକାର

କବି ଓ ସଂଗ୍ରାମୀ ଧନେଶ୍ୱର ରାଉତଙ୍କ ସହିତ ସାକ୍ଷାତକାର

ବିଷୟ ______ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଳକ ଅନ୍ତର୍ଗତ ବାଳକାଟି , ଖଣ୍ଡାୟତପାଟଣାର ଦାଶରଥି ରାଉତ ଓ ପାନ ରାଉତଙ୍କ ପୁତ୍ର କବି ଓ ସଂଗ୍ରାମୀ ଧନେଶ୍ୱର ରାଉତଙ୍କ ଜନ୍ମ।ସେ ସମର କଳା ନିପୁଣ ଏକ ଆଭିଜାତ ପରିବାରରେ ଜନ୍ମ। ସେହି ରାଉତ ବଂଶର ଅମିତ ବିକ୍ରମୀ ପରାକ୍ରମର ଅବତସ ଧନେଶ୍ୱର ରାଉତ । ଶିକ୍ଷା ସମାପ୍ତ ପରେ ଅନ୍ନସସ୍ଥାରେ ଅବସ୍ଥାପିତ ହୋଇଥିଲେ କଲିକତା ମହାନଗରୀରେ। ସେଠାରେ ସେ ବିଶ୍ଵକବି ରବିନ୍ଦ୍ରନାଥ ଟାଗୋରଙ୍କ ସାହିତ୍ୟରେ ଭାବ ପ୍ରକାଶ ହୋଇ ଉଠିଲେ । ସାହିତ୍ୟ ଚେତନା ତାଙ୍କୁ ଉଦରୁଦ୍ଧ କରିଥିଲା। କର୍ମକ୍ଷେତ୍ରରେ ଥାଇ ଅନେକ ସଂଘୀୟ ସ୍ତରର ପଦମଣ୍ଡନ କରିଥିଲେ ମଧ୍ୟ ସାହିତ୍ୟ ସାଧନାରୁ ବିଚ୍ୟୁତ ହୋଇନାହାନ୍ତି। ତାଙ୍କର କବିତା ଗୁଡ଼ିକ ହିନ୍ଦୀ, ଓଡ଼ିଆ ଓ ବଙ୍ଗଳା ଭାଷାର ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଛି।ସେ ଆଳି ନାଗରିକ ମଞ, ଅବସରପ୍ରାପ୍ତ କର୍ମଚାରୀ ସଂଘ,ଆଳି ସାଂସ୍କୃତିକ ମଞ ଓ ସହଦେବ ଦାସ ସ୍କୁତି ସଂସଦ ଭଳି ଅନେକ ଅନୁଷ୍ଠାନର କର୍ମକର୍ତ୍ତା ଭାବେ ବର୍ତ୍ତମାନ କାର୍ଯ୍ୟରତ। ତାଙ୍କ ଦ୍ଵାରା ରଚିତ ୩୫ ଗୋଟି କବିତାକୁ ନେଇ ଏକ ପୂର୍ଣ୍ଣ କବିତା ସଂକଳନ ମଣିଷ ଆଖିର ଲୁହ ପ୍ରକାଶିତ ହୋଇସାରିଛି।ସେହି ମହାନ୍ ଯଶସ୍ବୀ ବ୍ୟକ୍ତିଙ୍କୁ ତାଙ୍କ ବାସଭବନରେ ସାକ୍ଷାତକାର କରିଥିଲେ ଆମ ପ୍ରତିନିଧି ସରୋଜ କୁମାର ସାହୁ।

କେନ୍ଦ୍ରାପଡ଼ାରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Recent Post

Live Cricket Update