ଲଭ, ସେକ୍ସ, ଧୋକା ମାମଲା ନେଇ ଥାନାରେ ଯୁବତୀ

ଲଭ, ସେକ୍ସ, ଧୋକା ମାମଲା ନେଇ ଥାନାରେ ଯୁବତୀ

ଝିଅକୁ ନ୍ୟାୟ ମିଳିବା ନେଇ ପରିବାରବର୍ଗ ଙ୍କ ନେହୁରା

ପୂର୍ବେ ବଳତ୍କାର ମାମଲାରେ ଫଶି ଥିଲେ ରସିକ ପ୍ରେମିକ

ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନାର ସଞ୍ଜପଡା ଗ୍ରାମରେ ବ୍ଲାକମେଲ ର ଶିକାର ହୋଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ନେଇ ଯୁବତୀ ଆଜି ଥାନା ଦ୍ୱାରସ୍ଥ । ଯୁବତୀଙ୍କ ସୂଚନା ଅନୁଯାୟୀ ପ୍ରେମିକ ସନାତନ ସାହୁ ସହ ଆଜିକୁ ୫ ବର୍ଷ ଉର୍ଦ୍ଧ ହେବ ପ୍ରେମ କରିଥିଲେ ଓ ବିବାହ ପ୍ରଲୋଭନ ଦେଖାଇ ଶାରିରିକ ସମ୍ପର୍କ ରଖି ଥିଲେ। ପରବର୍ତ୍ତି ସମୟରେ ବିବାହରୁ ଓହରି ଯିବାରୁ ଥାନାରେ ମାମଲା ରୁଜୁ ହୋଇଥିଲା ଓ ଶେଷରେ ଆପୋସ ବୁଝାମଣା ହୋଇ ଥିଲା। ସନାତନ କିଛିଦିନ ବିତିଗଲା ପେର ପ୍ରେମିକାର କିଛି ଅଶାଳୀନ ଫୋଟ ରଖି ଥିବା ନେଇ ସୂଚନା ଦେଇଥିଲେ ପ୍ରେମିକାକୁ ଓ ଧମକ ଦେଇଥିଲେ କିଛି ଟଙ୍କା, ସୁନା ଗହଣା ମାଗିବା ସହ ଶାରୀରିକ ସମ୍ପର୍କ ନରଖେ ତେବେ ଏହି ଉତେଲିତ ଫୋଟ କୁ ପ୍ରଘଟ କରିଦେବ କହିଥିଲା । ପ୍ରେମିକ ବାରମ୍ବାର ଟଙ୍କା ଓ ଦେହ ଭୋକ ଲିଭାଇ ଚାଲିଥିଲା। ସୋମବାର ମଧ୍ୟ ରାତି ପ୍ରାୟ ୩ ଘଟିକା ସମୟରେ ଫୋନ୍ କରି ପ୍ରେମିକାକୁ ଡାକି ବାହାରକୁ ଆସି ସମ୍ପର୍କ ସ୍ଥାପନ ରଖିଥିବା ବେଳେ ପରିବାର ଲୋକ ଉଠି ପଡିଥିଲେ। ପ୍ରେମିକ ସେଠାରୁ ଫେରାର୍ ହେବାକୁ ଉଦ୍ୟମ କରିବାକୁ ଚାହୁଁଥିଲା କିନ୍ତୁ ପ୍ରେମିକା କୁଆଡେ ଯିବାକୁ ବାଟ ନପାଇ ପ୍ରେମିକ କୁ ନେଇ ଯିବା ପାଇଁ କହିଥିଲା। ପ୍ରେମିକ ସେଠାରେ ପ୍ରେମିକାକୁ ମାଡ ବିଧା ମାରି ଘଟଣାସ୍ଥଳରୁ ପଳାଇ ଯାଇଥିଲା। ପ୍ରେମିକ ଘର ନିକଟସ୍ଥ ଗ୍ରାମରୁ ହୋଇଥିବାରୁ ରାତିରେ ଚାଲିଚାଲି ଆସି ପ୍ରେମିକ ଘରେ ପହଞ୍ଚିଥିଲେ ପ୍ରେମିକା । ପ୍ରେମିକାକୁ ଘରେ ଦେଖି ପ୍ରେମିକ ଘରୁ ଫେରାର୍ ହୋଇଯାଇଥିବା ବେଳେ ଶାଶୁ ଶ୍ୱଶୁର ବୋହୂକୁ ଗ୍ରହଣ କରିନଥିଲେ। ପ୍ରେମିକା ଘରକୁ ନଫେରିବା ଜିଦ୍ ଧରି ବସିଛି ଓ ଶେଷ ନିଷ୍ପତ୍ତି ଜଣାଉଛି ଯଦି ଗ୍ରହଣ ନକରିବେ ଶେଷରେ ଆତ୍ମହତ୍ଯା ପନ୍ଥା କୁ ଗ୍ରହଣ କରିବେ କହିଛି । ତିନିଦିନ ବିତି ଯାଇଥିଲେ କୌଣସି ସମାଧାନ ନହେବାରୁ ଯୁବତୀଙ୍କ ପରିବାରବର୍ଗ ସରପଞ୍ଚଙ୍କୁ ନେହୁରା ହୋଇଥିଲେ। ସରପଞ୍ଚ ଏକ ଆପୋଷ ବୁଝାମଣା ପାଇଁ ବୈଠକ କରାଇଥିଲେ। ବୈଠକରେ କୌଣସି ସମାଧାନ ବାଟ ଫିଟି ନଥିଲା। ପ୍ରେମିକ କୁ ଟଙ୍କା ର ଏତେ ଲୋଭ ଥିଲା କି ଶେଷରେ ମୀମାଂସା ପାଇଁ ତେଢ କୋଟି ଟଙ୍କା ଡିମାଣ୍ଡ କରିଥିଲା। ପରିବାର ଲୋକେ ଉପାୟ ଶୂନ୍ୟ ହୋଇ କଣ୍ଟାବଣିଆ ଥାନା ଦ୍ୱାରସ୍ଥ ହୋଇଥିଲେ । ଥାନା ପକ୍ଷରୁ କେଶ୍ ନମ୍ବର ୩୨ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ରସିକୀଆ ପ୍ରେମିକ ଗ୍ରାମରୁ ଫେରାର୍ ହୋଇଯାଇଥିବା ବେଳେ ଏସ୍ ଆଇ ସସ୍ମିତା ପାଲ ଯୁବତୀ କୁ ଉଦ୍ଧାର କରି ଡାକ୍ତରୀ ମାଇନା ପାଇଁ ପଠାଇଥିବା ବେଳେ ପ୍ରେମିକ କୁ ଗିରଫ ପାଇଁ ପ୍ରୟାସ ଜୋରଦାର୍ କରିଥିବା ସୂଚନା ମିଳିଛି ।

Recent Post

Live Cricket Update