ଓଡିଶା ପାଇପ ଜଳଯୋଗାଣ କର୍ମଚାରୀଙ୍କ ବିଧାନସଭା ସମ୍ମୁଖରେ ବିକ୍ଷୋଭ
ଭୁବନେଶ୍ୱର, ଆଜି ବିଭିନ୍ନ ଦାବି ନେଇ ଓଡିଶା ପାଇପ୍ ଜଳ କର୍ମଚାରୀ ସଂଘ ଲୋୟର ପିଏମଜି ଠାରେ ଧରଣା ଦେଇଛନ୍ତି l ଦିବା ୧୧ଟା ସମୟରେ ରାଜ୍ୟର ହଜାର ହଜାର ଏସଇଏମ କର୍ମଚାରୀ ଭୁବନେଶ୍ଵର କଂଗ୍ରେସ ଭବନ ଠାରୁ ଏକ ଶୋଭା ଯାତ୍ରାରେ ବାହାରି ଲୋୟର ପିଏମଜିରେ ପହଂଚି ଧାରଣାରେ ବସିଥିଲେ lଦୈନିକ ସର୍ବନିମ୍ନ ମଜୁରି ପ୍ରଦାନ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ
ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଯଦି ସରକାର ଏକ ମାସ ମଧ୍ୟରେ ସମସ୍ତ ଏସଇଏମ କର୍ମଚାରୀମାନଙ୍କୁ ଦୈନିକ ସର୍ବନିମ୍ନ ମଜୁରୀର ଘୋଷଣା ନ କରନ୍ତି ତେବେ ସଂଘର ପୂର୍ବ ନିଷ୍ପତି ଅନୁଯାୟୀ ପଂଚାୟତିରାଜ ବିଭାଗ ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳି ବାସଭବନ ସମ୍ମୁଖରେ ଅପ୍ରେଲ ୧୯ରେ ଗଣଧାରଣା କରିବା ସଂଗେ ସଂଗେ ଅର୍ଥ ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳିରେ ଥିବା ବାସଭବନ ସମ୍ମୁଖରେ ଅପ୍ରେଲ ୨୮ ତାରିଖରେ ଗଣଧାରଣା କାର୍ଯ୍ୟକ୍ରମ କରାଯିବା ବୋଲି ସଂଘର ସଭାପତି ହୃଷିକେଶ ସେଠୀ, ସାଧାରଣ ସଂପାଦକ ମନୋଜ କୁମାର ମହାନ୍ତି, ଶ୍ରୀଧର ନାୟକ, ଯଦୁମଣି ପ୍ରଧାନ, କ୍ଷୀରୋଦ ବେଉରା, ଯଯାତି କେଶରୀ ନାୟକ, ସନ୍ତୋଷ କୁମାର ରଥ, ଡମ୍ବରୁ ସାହୁ,ସୀମାଚଳ ପଣ୍ଡା, ଉମାକାନ୍ତ ନନ୍ଦ, ଜଗନ୍ନାଥ ପାଳ ପ୍ରମୁଖ ଜଣାଇଛନ୍ତି ।