ମଧ୍ୟାହ୍ନ ଭୋଜନର ରୋଷେଇ ପ୍ରାପ୍ୟ ଦାବିରେ ବିଦ୍ୟାଳୟରେ ତାଲା ମାରିଲେ ସ୍ବୟଂ ସହାୟକ ଗୋଷ୍ଠୀ । ପ୍ରତିବାଦରେ ରାସ୍ତା କୁ ଓହ୍ଲାଇଲେ ଛାତ୍ର ଛାତ୍ରୀ

ମଧ୍ୟାହ୍ନ ଭୋଜନର ରୋଷେଇ ପ୍ରାପ୍ୟ ଦାବିରେ ବିଦ୍ୟାଳୟରେ ତାଲା ମାରିଲେ ସ୍ବୟଂ ସହାୟକ ଗୋଷ୍ଠୀ । ପ୍ରତିବାଦରେ ରାସ୍ତା କୁ ଓହ୍ଲାଇଲେ ଛାତ୍ର ଛାତ୍ରୀ ।

ଅମ୍ବାଭୋନା -୧୭/୦୩/୨୦୨୩-ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଳକ ର ଲୁଦୁପାଲି ପ୍ରାଥମିକ ବିଦ୍ୟାଳୟ ରେ ରୋଷେଇ ଦାୟିତ୍ବ ରେ ଥିବା ବୀର ବଜରଙ୍ଗ ବଳୀ ସ୍ବୟଂ ସହାୟକ ଗୋଷ୍ଠୀ ସୁକ୍ରବାର ଦିନ ରୋଷେଇ ପାଉଣା ମିଲିବାରେ ଅନିୟମିତତା ଅଭିଯୋଗ ନେଇ ବିଦ୍ୟାଳୟ ରେ ତାଲା ମାରିଥିଲେ । ଆଗକୁ ବାର୍ଷିକ ପରୀକ୍ଷା ଥିବାରୁ ଏହାର ପ୍ରତିବାଦରେ ଛାତ୍ର ଛାତ୍ରୀମାନେ ବରଗଡ -ରାୟଗଡ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ଲୁଦୁପାଲି ଛକରେ ବସି ରାସ୍ତା ଅବରୋଧ କରିଥିଲେ ।ଖବର ପାଇ ଅମ୍ବାଭୋନା ଥାନାଧିକାରୀ ବିରାଳ ଚନ୍ଦ୍ର ସାହିସ, ଅମ୍ବାଭୋନା ସରପଞ୍ଚ ପ୍ରତିନିଧି ଗଜେନ୍ଦ୍ର ଦାସ,ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲାଲମୋହନ ସିଂହ ଘଟଣା ସ୍ଥଳକୁ ପହଞ୍ଚି ଆନ୍ଦୋଳନକାରୀ ଙ୍କୁ ବୁଝାସୁଝା କରିବା ପରେ ସେମାନେ ଆନ୍ଦୋଳନରୁ ଓହରିଥିଲେ । ପ୍ରକାଶ ଥାଉକି ଲୁଦୁପାଲି ପ୍ରାଥମିକ ବିଦ୍ୟାଳୟ ର ୮୬ ଜଣ ଛାତ୍ର ଛାତ୍ରୀମାନଙ୍କୁ ରୋଷେଇ ସାମଗ୍ରୀ ଯୋଗାଇ ଏବଂ ରନ୍ଧା ଖାଦ୍ୟ ଯୋଗାଇ ବୀରବଜରଙ୍ଗବଳୀ ସ୍ବୟଂ ସହାୟକ ଗୋଷ୍ଠୀ କରୋନା ପରଠାରୁ ଦୀର୍ଘ ଏକ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଦାୟିତ୍ଵ ତୁଲାଇଥିଲେ । ମାତ୍ର ପ୍ରଧାନ ଶିକ୍ଷୟିତ୍ରୀ ଭାରତୀ ସେଠ ଓ ସଂପୃକ୍ତ ସ୍ବୟଂ ସହାୟକ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିବା ଯୋଗୁଁ ଠିକ ସମୟରେ ରନ୍ଧା ଖାଦ୍ୟ ବାବଦକୁ ଅର୍ଥ ରାଶି ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି ।ଏ ନେଇ ଅମ୍ବାଭୋନା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲାଲମୋହନ ସିଂହ ଘଟଣା ର ତଦନ୍ତ କରି ପ୍ରଧାନ ଶିକ୍ଷୟତ୍ରୀ ଭାରତୀ ସେଠ ଓ ସହକାରୀ ଶିକ୍ଷକ ପ୍ରଦୀପ ରଣବୀର ଙ୍କୁ ଅନ୍ୟତ୍ର ଡେପୁଟେସନ ରେ ପଠାଇଥିବା ଜଣାପଡିଛି । ପାଠପଢା ରେ ସ୍ବାଭାବିକ ସ୍ଥିତି ହୋଇଥିବା ଅଧିକାରୀ କହିଛନ୍ତି । ଏହି ଆନ୍ଦୋଳନ ରେ ବୀର ବଜରଙ୍ଗବଳୀ ସ୍ବୟଂ ସହାୟକ ଗୋଷ୍ଠୀ ର ସଭାପତି ସନ୍ତୋଷିନୀ ପଧାନ, ସଂପାଦକ ଲଲିତା ସେଠ,ସମେତ ସରୋଜିନୀ ବନଛୋର, ବାସନ୍ତୀ ବନଛୋର,ସାଧବୀ ପଟେଲ ଅଞ୍ଜଳି ପୋଡ଼, ସ୍ନେହଲତା ପୋଢ ପ୍ରମୁଖ ସଦସ୍ୟମାନେ ସାମିଲ ହୋଇଥିଲେ । ପ୍ରକାଶ ଚନ୍ଦ୍ର ରଥ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Recent Post

Live Cricket Update

× How can I help you?