ରଘୁନାଥପୁର ରେ S.B.I ର ମେଗା ଋଣ ମେଳା ଓ ହାଜିପୁର ଠାରେ ନୂତନ ବ୍ରାଞ୍ଚ ଉଦଘାଟନ

(-ରଘୁନାଥପୁର ରେ S.B.I ର ମେଗା ଋଣ ମେଳା ଓ ହାଜିପୁର ଠାରେ ନୂତନ ବ୍ରାଞ୍ଚ ଉଦଘାଟନ

)
ଜଗତସିଂହପୁର
ତା =18/3/23/
ଭାରତୀୟ ଷ୍ଟେଟ ବ୍ୟାଙ୍କ ଜଗତସିଂହପୁର ଶାଖା ପକ୍ଷରୁ ରଘୁନାଥପୁର ସ୍ଥିତ ଓଡ଼ପଡା ଠାରେ ମେଗା ଋଣ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ପାରୁଲ ପଟୱାରୀ ଯୋଗଦେଇ ମେଗା ମେଳା କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ସମ୍ନାନିତ ଅତିଥିଭାବେ ଭାରତୀୟ ଷ୍ଟେଟବ୍ୟାଙ୍କର ଉପମହାପ୍ରବନ୍ଧକ ସଞ୍ଜୟ କୁମାର ଝା | ଭାରତୀୟ ଷ୍ଟେଟବ୍ୟାଙ୍କ ଆଞ୍ଚଳିକ ପ୍ରବନ୍ଧକ ସୁବାସ ଚନ୍ଦ୍ର ବେହେରା | ଜଗତସିଂହପୁର ଭାରତୀୟ ଷ୍ଟେଟବ୍ୟାଙ୍କ ମୁଖ୍ୟପ୍ରବନ୍ଧକ ସୁଶାନ୍ତ ସୁନୀଲ ଅଧିକାରୀ | ରଘୁନାଥପୁର ବିଡିଓ ତପନ ସେନାପତି | ସିଡିପିଓ ଜ୍ୟୋସ୍ନା ମଲ୍ଲିକ | ରଘୁନାଥପୁର ଷ୍ଟେଟବ୍ୟାଙ୍କ ମୁଖ୍ୟ ପ୍ରବନ୍ଧକ ହରିଦ୍ରାକ୍ଷା ଦାରୁରୁପା ତ୍ରିପାଠୀ ପ୍ରମୁଖ ଯୋଗଦେଇ SHG ଗ୍ରୁପ ମହିଳାମାନେ ବ୍ୟାଙ୍କ ସହାୟତା ରେ ଋଣ ନେଇ ସଦବିନିଯୋଗ କରି ସ୍ୱାବଲମ୍ବୀ ହୋବା କୁ ଆହ୍ୱାନ ଦେଇଥିଲେ |
ଏହି ଅବସରରେ ୨୦ ରୁ ଉର୍ଦ୍ଧ SHG ଗ୍ରୁପକୁ ମୂଖ୍ୟଅତିଥି ଜିଲ୍ଲାପାଳ ପାରୁଲ ପଟୱାରୀ ୭ ଲକ୍ଷ ଟଙ୍କା ଋଣ | ୨ଟି ଟ୍ରାକ୍ଟର | ୨ ଟି ଅଟୋ ଋଣ ପ୍ରଦାନ କରିଥିଲେ । ଏହି ମେଗା ଋଣ ମେଳାରେ ଜିଲ୍ଲାରେ ସମୁଦାୟ ୫ କୋଟି ୭ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଥିଲା | ଏହି ମେଳାରେ ବହୁ ସଂଖ୍ୟାରେ SHG ଗ୍ରୁପର ମହିଳାମାନେ ଯୋଗଦେଇଥିଲେ ।
ଏହା ପରେ ସମସ୍ତ ଅତିଥି ହାଜିପୁର ଠାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ର ନୂତନ ଶାଖା କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ଏହି ଉପଲକ୍ଷେ ବ୍ୟାଙ୍କ ପ୍ରବନ୍ଧକ ବିରିଡି ପଞ୍ଚାୟତ ସମିତି ଅଧକ୍ଷା, ଉପାଧକ୍ଷା ଏବଂ ସଞ୍ଚୟ ଧାରୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ |

ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Recent Post

Live Cricket Update