କଂଗ୍ରେସ ଦଳର ଗ୍ୟାସ୍ ଦର ବୃଦ୍ଧି ଓ ଇଲେକ୍ଟ୍ରି ବିଲ୍ ବୃଦ୍ଧି ବିରୋଧ ରେ ଅଭିନବ ପ୍ରତିବାଦ
ଅନୁଗୋଳ ଆଜି ସନ୍ଧ୍ୟା ୭ ଘଣ୍ଟିକା ସମୟ ରେ ସହର ନିକଟସ୍ଥ ଆଙ୍କୁଲା ଗ୍ରାମରେ ଗ୍ରାମ ବାସୀ ବୃନ୍ଦ ଓବିସି ସେଲ୍ ଜିଲ୍ଲା ସଭାପତି ପ୍ରବୋଧ କୁମାର ସ୍ବାଇଁ ଙ୍କ ନେତୃତ୍ଵ ରେ ଲାଇଟ୍ ବନ୍ଦ କରି କ୍ୟାଣ୍ଡେଲ ଲଗାଇ ବା ମୋବାଇଲ୍ ଲାଇଟ୍ ଲଗାଇ ଅଭିନବ ଶୈଳୀ ରେ ଗ୍ୟାସ୍ ଦର ବୃଦ୍ଧି ଓ ଇଲେକ୍ଟ୍ରି ଦର ବୃଦ୍ଧି ର ପ୍ରତିବାଦ କରିଛନ୍ତି। ଜିଲ୍ଲା ସଭାପତି ପ୍ରବୋଧ କୁମାର ସ୍ବାଇଁ କହିଛନ୍ତି ଯେ, ଅନୁଗୋଳ ବାସୀ ଜମି ଦେଲୁ, ଜମି ଦେଇ ଜମି ହରା ହେଲୁ। କୋଇଲା ଦେଲୁ , ପାଣି ବି ଦେଲୁ ଏବଂ ଏଠାରୁ ଇଲେକ୍ଟ୍ରି ଉତ୍ପାଦନ ହେଲା । କିନ୍ତୁ ପଞ୍ଜାବ ଲୋକ, ହରିୟଣା ଲୋକ, ଦିଲ୍ଲୀ ଲୋକ ମାନେ ମାଗଣା ରେ ଇଲେକ୍ଟ୍ରି ପାଉଥିବା ବେଳେ ଅନୁଗୋଳ ଜିଲ୍ଲା ବାସୀ ଓ ଓଡିଶା ବାସୀ ଙ୍କୁ ୟୁନିଟ୍ ପିଛା ୬ ଟଙ୍କା ହିସାବ ରେ ଇଲେକ୍ଟ୍ରି ବିଲ୍ ପ୍ରଦାନ କରୁଛନ୍ତି । ଅନୁଗୋଳ ଜିଲ୍ଲା ରୁ ଯେହେତୁ ବିଦୁତ୍ ଉତ୍ପାଦନ ର କେନ୍ଦ୍ର ସ୍ଥଳି ଏବଂ ଅନୁଗୋଳ ବାସୀ ଧୂଳି ଧୁଆଁ ଖାଉଛନ୍ତି, ଜମି ହରା ହେଉଛି, ସ୍ଵାସ୍ଥ୍ୟ ହାନି ହେଉଛି, ଆର୍ଥିକ ଅବସ୍ଥା ମଧ୍ୟ ଦୋହଲି ଯାଇଛି। ସରକାର ଙ୍କ ପାଖରେ ଦାବୀ ଯେ, ଅନୁଗୋଳ ଜିଲ୍ଲା ବାସୀ ଙ୍କୁ ୩୦୦ ୟୁନିଟ୍ ବିଦୁତ୍ ମାଗଣା ରେ ଦିଆଯାଉ। ଗ୍ୟାସ୍ ସିଲିଣ୍ଡର୍ ପିଛା ୫୦୦ ଟଙ୍କା ରେ ଅନୁଗୋଳ ବାସୀ ଙ୍କୁ ଯୋଗାଇ ଦିଆ ଯାଉ ବୋଲି ଦାବି କରିଛନ୍ତି ।ଏହା ସ୍ୱତେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଯଦି କୌଣସି କର୍ଣ୍ଣପାତ ନ କରନ୍ତି । ଆଗାମୀ ଦିନରେ ରେ ରାଜ୍ଯ ସରକାର୍ ଓ କେନ୍ଦ୍ର ସରକାର ଙ୍କୁ ବିରୋଧ ପ୍ରଦର୍ଶନ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ରାଜ୍ୟ ସରକାର, କେନ୍ଦ୍ର ସରକାର ଗାଦି ରୁ ନ ହଟିବା ପର୍ଯ୍ୟନ୍ତ ଏ ଲଢେଇ ଜାରି ରହିବ ବୋଲି ଗ୍ରାମ ବାସୀ ଓ ଜିଲ୍ଲା ଓବିସି ସେଲ ସଭାପତି ପ୍ରବୋଧ କୁମାର ସ୍ବାଇଁ ମତ ପ୍ରକାଶ କହିଛନ୍ତି। ସରକାର ଙ୍କୁ ଏହି ଭଳି ପ୍ରତିବାଦ ମାଧ୍ୟମ ରେ ସଚେତନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ତପସ୍ଵିନୀ ବିଶ୍ଵାଳ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଲୁଟୁ ରଞ୍ଜନ ଥାପା, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ରାକେଶ ମିଶ୍ର, ଓବିସି ସେଲ ନଗର ସଭାପତି ଭଗବାନ ମହାନ୍ତି, ଜିଲ୍ଲା ଯୁବ କଂଗ୍ରେସ ଉପ ସଭାପତି ଅଭିଷେକ ନାୟକ, ସଂଗ୍ରାମ ବେହେରା, ଶୁଭମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।