*( ବିଦ୍ୟାଳୟକୁ ସଠିକ୍ ସମୟରେ ନ ଆସିବାରୁ ହରଡ ଘଣାରେ ସହକାରୀ ଶିକ୍ଷୟିତ୍ରୀ
*)
ଜଗତସିଂହପୁର
ତା=18/3/23
ଏରସମା ବ୍ଲକ ଅନ୍ତର୍ଗତ ଗୋଡା ପଂଚାୟତ ଘୋଷାଘର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷୟିତ୍ରୀ ମମତା ରାଣୀ ପଟ୍ଟନାୟକ ବାରମ୍ବାର ବିଦ୍ୟାଳୟ ରେ ଅନୁପସ୍ଥିତ ରହିବା ସହିତ ସଦା ସର୍ବଦା ବିଦ୍ୟାଳୟ କୁ ବିଳମ୍ବରେ ଆସୁଥିବା ଘଟଣା କୁ କେନ୍ଦ୍ର କରି ସହକର୍ମୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟ୍ୟ ରେ ଅସନ୍ତୋଷ ବୃଦ୍ଧି ପାଇଥିଲା | ପରବର୍ତ୍ତୀ ସମୟ ରେ ଶିକ୍ଷୟତ୍ରୀ ମମତା ରାଣୀ ଅନ୍ୟାନ୍ୟ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କ ର ଲୁଚିଛପି ଫଟୋ ଉଠାଇ ବ୍ଲାକମେଲ କରିବା ଧରାପଡିବା ପରେ ସବୁ ଫଟୋକୁ ଦୀର୍ଘ ଦୀନ ପରେ ଭାଇରାଲ କରିଛନ୍ତି ।ଏହି ଘଟଣା କୁ ନେଇ ଛାତ୍ର ଛାତ୍ରୀ ମାନଙ୍କ ଅଭିଭାବକ ଅସନ୍ତୋଷ ପ୍ରକାଶ କରି ବିଭାଗୀୟ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଶିକ୍ଷୟତ୍ରୀ ମମତା ରାଣୀ ଙ୍କୁ ବ୍ଲକ ଶିକ୍ଷା ଅଧିକାରୀ ଗୋଡ ସ୍ଥିତ ଵି.ଵି ହାଇସ୍କୁଲ କୁବଦଳି କରିଛନ୍ତି | ହେଲେ ଏଭଳି ଉସୃଶୃଙ୍ଖଳିତ ଶିକ୍ଷୟତ୍ରୀ ଙ୍କୁ ଗୋଡ଼ା ସ୍ଥିତ ଵି. ଵି ହାଇସ୍କୁଲ ରେ ପ୍ରବେଶ କରାଇ ନ ଦେବା ନିମନ୍ତେ ବିଦ୍ୟାଳୟ ର ଛାତ୍ର ଅଭିଭାବକ ମାନେ ବିଦ୍ୟାଳୟ ସମ୍ମୁଖରେ ରେ ବିକ୍ଷୋଭ ପଦର୍ଶନ କରି ପ୍ରତିବାଦ କରିବାରୁ ଶିକ୍ଷୟତ୍ରୀ ମମତା ରାଣୀ ଏବେ ହରଡ଼ ଘଣା ରେ ପଡି ବହୁ ଅସୁବିଧା ର ସମ୍ମୁଖୀନ ହୋଇଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ