Breaking news
କେନ୍ଦୁଝର ରେ ଅସୁରକ୍ଷିତ ବନ୍ୟପ୍ରାଣୀ ଙ୍କ ଜୀବନ ! ବିଦ୍ୟୁତ ଆଘାତରେ ଟଳିପଡିଲେ ଗଜରାଜ
କେନ୍ଦୁଝର ଜିଲ୍ଲାରେ ଅସୁରକ୍ଷିତ ହୋଇପଡିଛି ବନ୍ୟପ୍ରାଣୀଙ୍କ ଜୀବନ।କେତେବେଳେ ନିଆଁଦାଉ ତ ଆଉକେତେବେଳେ ବିଦ୍ୟତ୍ ସ୍ପର୍ଶରେ ବନ୍ୟଜନ୍ତୁ ପ୍ରାଣ ହରାଉଛନ୍ତି। ଆଜି ଚମ୍ପୁଆ ରେଞ୍ଜ ବାମେବାରୀ ସେକ୍ସନ ଦବୁନା ବିଟ୍ ର ବସନ୍ତପୁର ଗ୍ରାମରେ ବିଦ୍ୟୁତ ଆଘାତରେ ବିଳମ୍ବିତରାତି ଏକ ଦନ୍ତାହାତୀ ର ମୃତ୍ୟୁ ଘଟିଛି।ସକାଳେ ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।୧୧ କେଭି ବିଦ୍ୟୁତ ଲାଇନ ର ସପଟିଙ୍ଗ ଷ୍ଟେ ତାର ଚାର୍ଜ ହୋଇ ବିଦ୍ୟୁତ ସଂସ୍ପର୍ଶରେ ଆସି ଦନ୍ତାହାତୀ ର ମୃତ୍ୟୁ ଘଟିଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି।କେନ୍ଦୁଝର ଜିଲ୍ଲାରେ ବାରମ୍ବାର ହାତୀ ମୃତ୍ୟୁଘଟୁଥିଲେହେଁ ବିଦ୍ୟୁତ୍ ଟାଟାପାୱାର ବିଭାଗୀୟ ପକ୍ଷରୁ ସଚେତନ ହେଉନଥିବା ନେଇ ଜନ ଅସନ୍ତୋଷ ପ୍ରକାଶ ପାଇଛି।
ଝୁମ୍ପୁରା ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ ( ଜାଗ୍ରତ ଭାରତ ନିଉଜ୍ )