(ମାତୃକୃପା ସାହିତ୍ୟ ସାଂସଦ ର ପଞ୍ଚମ ବାର୍ଷିକ ଉଛବ ଓ ରାଜ୍ୟ ସ୍ତରୀୟ କବି ସମ୍ମିଳନୀ ଅନୁଷ୍ଠିତ
)
ଜଗତସିଂହପୁର
ତା =19/3/23
ଜଗତସିଂହପୁର ଜ଼ିଲ୍ଲା ବାଲିକୁଦା ବ୍ଲକ ଚାଷପଡା ଠାରେ ମାତୃକୃପା ସାହିତ୍ୟ ସାଂସଦ ର ପଞ୍ଚମ ବାର୍ଷିକ ଉଛବ ଓ ରାଜ୍ୟ ସ୍ତରୀୟ କବି ସମ୍ମିଳନୀ ମହା ସମାରୋହ ରେ ଅନୁଷ୍ଠିତ ହୋଇଯାଇଛି |ଝାଡ଼ଖଣ୍ଡ ର ରାଜକବି ହିରେନ୍ଦ୍ର ସିଂହଦେବ ଙ୍କ ପୌରାହିତ ରେ ମୁଖ୍ୟଅତିଥିଭାବେ ସାରସ୍ୱତ ସାଧକ ତଥା ବିରିଷ୍ଟ ଚିକିଛକ ଡ଼କ୍ଟର ସମୀର କୁମାର ଭୁୟା | ମୁଖ୍ୟ ବକ୍ତା କୁମାର କବି ପ୍ରଶାନ୍ତ ବାହିନୀ ପତି | ସଂମ୍ମାନିତ ଅତିଥିଭାବେ ଲଲାଟେନ୍ଦୁ ପଳାଉରୀ, ବିଶିଷ୍ଟ କବି କୃଷ୍ଣ ଚନ୍ଦ୍ର ନନ୍ଦ, ମାତୃକୃପା ସାହିତ୍ୟ ସାଂସଦ ସଭାପତି ଧର୍ମାନନ୍ଦ ପତି, ସତ୍ୟ ପ୍ରକାଶ କର, ହାସ୍ୟ କବି କୁମୁଦ ସମ୍ପଦ କୁମାର ରଥ, ପ୍ରମୁଖ ଯୋଗଦେଇ ଓଡ଼ିଆ ସାହିତ୍ୟ ର ଉନ୍ନତି ବିଷୟରେ ଆଲୋକପାତ କରିଥିଲେ | ମଧ୍ୟାହ୍ନ ରେ ଡ଼କ୍ଟର ଅନିରୁଦ୍ଧ କୁରୁଆ ଙ୍କ ପୌରହିତ ରେ ରାଜ୍ୟ ସ୍ତରୀୟ କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା | କବି ରାଜୀବ ସିଂଦେବ, ସୁବାଷ ପ୍ରଧାନ, ଗଙ୍ଗାଧର ଓଝା, ସ୍ୱପ୍ନା ଦାଶ ପ୍ରମୁଖ ଶତାଧିକ କବି କବୟିତ୍ରୀ ଯୋଗଦେଇ କବିତା ଆବୃତ୍ତି କରିଥିଲେ | ଅପରାହ୍ନ ରେ ମାତୃକୃପା ସାହିତ୍ୟ ସାଂସଦ ର ଉଦଯାପନୀ ଉଛବ ଅନୁଷ୍ଠିତ ହୋଇଥିଲା | ବରିଷ୍ଟ କବି ହିରେନ୍ଦ୍ର ସିଂଦେବ ଙ୍କ ସଭାପତିତ୍ୱ ରେ କଳ୍ପନା ବିଶ୍ୱାଳ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ | ମୁଖ୍ୟ ଅତିଥିଭାବେ ଡ଼କ୍ଟର ସମୀର କୁମାର ଭୂୟାଁ | ମୁଖ୍ୟ ବକ୍ତା କୁମାର କବି ପ୍ରଶାନ୍ତ କୁମାର ବାହିନୀ ପତି | ସଂମ୍ମାନିତ ଅତିଥିଭାବେ ଡ଼କ୍ଟର ରଂଜିତ ଲେଙ୍କା, ସମ୍ପଦ କୁମାର ରଥ ପ୍ରମୁଖ ଯୋଗଦେଇ ବିଶିଷ୍ଟ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରି ଥିଲେ | ଶେଷରେ ରଶ୍ମି ରଞ୍ଜନ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ