ଚୌଦ୍ୱାର ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ Youth for ସେବା ର ତୃତୀୟ ବାର୍ଷିକ ଉତ୍ସବ ପାଳନ

ଚୌଦ୍ୱାର ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ Youth for ସେବା ର ତୃତୀୟ ବାର୍ଷିକ ଉତ୍ସବ ପାଳନ ।


ରବିବାର ତା ୧୯-୦୩-୨୦୨୩ ରିଖ ଦିନ ଚୌଦ୍ୱାର ପୌରପାଳିକା ଅନ୍ତର୍ଗତ ଗାନ୍ଧି ଛକ ସ୍ଥିତ ଟାଉନ୍ ହଲ୍ ଠାରେ Youth for ସେବା ର ତୃତୀୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ କାର୍ସିନୋଭା କ୍ୟନ୍‌ସର୍ ହସ୍ପିଟାଲ ର ଚେୟାରମ୍ୟାନ୍‌ ଡକ୍ଟର କ୍ଷିତୀଶ୍ ଚନ୍ଦ୍ର ମିଶ୍ର ଉଦ୍‌ଘାଟନ କରିଥିଲେ। ଚୌଦ୍ଵାର – କଟକ ମାନ୍ୟବର ପୂର୍ବତନ ବିଧାୟକ ଡ଼. ପ୍ରଭାତ ରଞ୍ଜନ ବିଶ୍ଵାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ମୁଖ୍ୟବକ୍ତା ଶ୍ରୀଯୁକ୍ତ ସଂଜୀବ ମହାପାତ୍ର ଏବଂ ସମ୍ମାନୀୟ ଅତିଥି ଡକ୍ଟର ଅକ୍ତର ହୁସେନ, ରାଜ୍ୟ ମହିଳା ଆନ୍ତର୍ଜାତୀୟ ମାନବ ଅଧିକାର ଆୟୋଗ ତଥା ସମାଜ ସେବୀ ଶ୍ରୀମତୀ ଗିତାଶ୍ରୀ ଦାସ, ଏବଂ ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ ଗର୍ଗ ଜ୍ୟୋତିଷ ତଥା ସମାଜସେବୀ ପ୍ରମୁଖ ଏହି କାଯ୍ୟକ୍ରମରେ ଯୋଗ ଦେଇଥିଲେ l ପ୍ରଥମେ ଅତିଥିମାନଂକୁ ମଞ୍ଚ ଉପରକୁ ନିମନ୍ତ୍ରିତ କରି ସମ୍ମାନିତ କରାଯାଇଥିଲା। ଏହି କାଯ୍ୟକ୍ରମ ର ସ୍ୱତନ୍ତ୍ର ହେଲା ଦୀନ ଦୁଃଖୀ ଓ ଗରିବ ଅସହାୟ ଙ୍କୁ ସାହାଯ୍ୟ ଏବଂ ସେବା କରିବା । ସମାଜରେ ଥିବା କେତେକ ସ୍ବେଛାସେବୀ ସଂଗଠନକୁ ସମ୍ମାନିତ କରାଯାଇଥିଲା ଏବଂ ପ୍ରତିଷ୍ଠିତ ସ୍ବେଛାସେବୀ ସଂଗଠନଙ୍କୁ ପୁରସ୍କାର କରାଯାଇଥିଲା l
ସଭାପତି ଶାରଦା ରଞ୍ଜନ ପରିଜା ସମ୍ପାଦକ ସଞ୍ଜୟ କୁମାର ବେହେରା ଉପସଭାପତି କଲ୍ୟାଣ କମଲ ଭୂୟାଁ, କାର୍ଯ୍ୟକାରୀ ସଭାପତି ଅନିରୁଦ୍ଧ ମହାନ୍ତି, ବରିଷ୍ଠ ଉପଦେଷ୍ଟା ସୁବ୍ରତ ସାମଲ, ଡ. ଚିନ୍ମୟ ସାହୁ, କଳ୍ପନା ଜେନା, ଅନିଲ କୁମାର ସାହୁ, ଉମା ଚରଣ ସାହୁ, ନିହାର ରଞ୍ଜନ ଦାସ, ବିନୋଦ କୁମାର ସାହୁ, ପ୍ରବୀଣ ପ୍ରଧାନ, ତପନ କୁମାର ବାଇ, ଚନ୍ଦନ ନାୟକ, ରୁଦ୍ର ରଞ୍ଜନ ଦାସ, ସନ୍ତୋଷ ଲଳିତ ରାଉତରାୟ, ପ୍ରଭାତ ଭୂୟାଁ, ପ୍ରମୋଦ ସାମଲ , କେଦାର ମହାନ୍ତି, ବିଶ୍ୱଜିତ୍ ନାୟକ, ମାନସ ଭୂୟାଁ, ନବୀନ ରାଓ, ଆଲୋକ ମହାପାତ୍ର, ସୌମ୍ୟ ରଞ୍ଜନ ବେଉରା,ବିଘ୍ନରାଜ ସାହୁ, ମାନସ ସିଂହ, ସନ୍ତୋଷ କୁମାର ଭୂୟାଁ, ମନୋରଞ୍ଜନ ଭୂୟାଁ, ରାକେଶ କୁମାର ନାୟକ, ସାଫଲ୍ୟ ରଞ୍ଜନ ପଣ୍ଡା, ଉମା ଶଙ୍କର ସାସମଲ, ରାଜା ଭଦ୍ରା, ସନ୍ତୋଷ କୁମାର ସାହୁ, ସରୋଜ କୁମାର ବରାଳ, ମାନସ ବେହେରା, ପଦ୍ମଲୋଚନ ଦାସ, ଦୀପକ ନାଥ, ତପନ କର, ଚିରଞ୍ଜିବି କର, ଚିନ୍ତାମଣି ସାମଲ, ସରୋଜ କାନ୍ତ କର, ସୁଦେଶ୍ନା ବିଶୋଇ, ରାନୁ ମହାରଣା, ସୁପ୍ରିୟା ସାମଲ, ଦୀପିକା କପିଳା, ତପସ୍ଵିନୀ ରାଉତ, ପ୍ରିୟଙ୍କା ସାହୁ, ଅଙ୍କିତା ବିଶ୍ଵାଳ, ଶୁଭଶ୍ରୀ ମହାନ୍ତି, ସୁଷମା ନାୟକ, ଚନ୍ଦ୍ରକାନ୍ତି ବାୟୀ, ନିର୍ଜରା ସାହୁ କାର୍ଯ୍ୟକ୍ରମକୁ ସୁନ୍ଦର ଭାବରେ ପରିଚାଳନା କରିଥିଲେ।

ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନୀୟୂଜ୍।

Recent Post

Live Cricket Update

× How can I help you?