ଘରୋଇ ଶିକ୍ଷାନୁଷ୍ଠାନ କୁ ଦରମା ଦେବାରେ ବିଳମ୍ବ ଯୋଗୁଁ ନବମ ଶ୍ରେଣୀ ଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ

( ଘରୋଇ ଶିକ୍ଷାନୁଷ୍ଠାନ କୁ ଦରମା ଦେବାରେ ବିଳମ୍ବ ଯୋଗୁଁ ନବମ ଶ୍ରେଣୀ ଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ

)
ଜଗତସିଂହପୁର
ତା =20/3/23
ଜଗତସିଂହପୁର ଜ଼ିଲ୍ଲା ସଦର ମହକୁମାରେ ଛତୁ ଫୁଟିଲା ଭଳି ବେସରକାରୀ ଇଂଗ୍ରାଜୀ ମିଡିୟମ ସ୍କୁଲ ଗଢିଉଠିଛି | ଏହି ସ୍କୁଲ ଗୁଡିକ ଉପରେ ଜ଼ିଲ୍ଲା ପ୍ରଶାସନ କିମ୍ବା ଜ଼ିଲ୍ଲା ଶିକ୍ଷା ବିଭାଗ ର କୌଣସି କର୍ତ୍ତୃତ୍ୱ ନାହିଁ |ଅଧିକାଂଶ ଘରୋଇ ଇଂରାଜୀ ମିଡିୟମ ସ୍କୁଲ ର ଭିତିଭୂମି ନ ଥାଇ ଜ଼ିଲ୍ଲା ଶିକ୍ଷା ବିଭାଗ ଏନୋସି ପ୍ରଦାନ କରିଛି |ହେଲେ ଏହି ଘରୋଇ ଶିକ୍ଷନୁଷ୍ଠାନ ଗୁଡିକ ରେ ଶିକ୍ଷା ଆଇନିର ପରିଚାଳନା ଗତ ତ୍ରୁଟି ବାରମ୍ବାର ପରିଲକ୍ଷିତ ହୋଇଛି | ଘରୋଇ ଇଂରାଜୀ ମିଡିୟମ ସ୍କୁଲ ଗୁଡିକ ରେ ଶିକ୍ଷା ନାମରେ ବ୍ୟବସାୟୀ କରଣ ବୃଦ୍ଧି ପାଇବାରୁ ଅଭିଭାବକ ଏବଂ ଛାତ୍ର ଛାତ୍ରୀମାନେ ଶୋଷଣ ର ଶିକାର ହୋଇ ଶାରୀରିକ ଏବଂ ମାନସିକ ଚାପ ର ବଶବର୍ତ୍ତୀ ହୋଇ ମୁତ୍ୟୁ ସହିତ ସଂଗ୍ରାମ କରୁଛନ୍ତି |ଏମିତି ଏକ ହୂଦୟ ବିଦାରଗ ଘଟଣା ଘଟିଛି ଜଗତସିଂହପୁର ସଦର ମହକୁମା ଡିଭାଇନ ଇନଟିଗ୍ରେଟିଂ ଘରୋଇ ସ୍କୁଲ ରେ | ଏହି ସ୍କୁଲ ର ନବମ ଶ୍ରେଣୀ ଛାତ୍ରୀ ଅଂଶୀସା ପ୍ରିୟଦର୍ଶିନୀ ଙ୍କର ବକେୟା ଦରମା ବାକି ଥିବାରୁ ସ୍କୁଲ ଅଧକ୍ଷା ଅଂଶୀସା କୁ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ସହିତ ପରୀକ୍ଷା ଦେବାରୁ ବଞ୍ଚିତ କରିଥିଲେ | ଏଥିନେଇ ଅଂଶୀତାଙ୍କ ମନରେ ଶାରୀରିକ ଏବଂ ମାନସିକ ଆଘାତ ଲାଗିବା ଦ୍ଵାରା ଅଂଶୀତା ନିଜର ଭାରସାମ୍ୟ ହରାଇ ବସିଥିଲେ | ପରିବାର ପକ୍ଷରୁ ଅଂଶୀତା ଙ୍କୁ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଆଡ଼ମିସନ କରାଯାଇଥିଲା |ଘରୋଇ ଶିକ୍ଷାନୁଷ୍ଠାନ ରେ ଛାତ୍ରୀ ଙ୍କ ପ୍ରତି ମାନସିକ ଏବଂ ଶାରୀରିକ ନିର୍ଯ୍ୟାତନା ସମ୍ପର୍କ ରେ ଅଂଶୀସା ଙ୍କ ବାପା ବିନୋଦ କୁମାର ସେଠୀ ଏବଂ ମା ମମତା ସେଠୀ ଜ଼ିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Recent Post

Live Cricket Update